ରାଜ୍ୟରେ ଡ୍ରପ୍ଆଉଟ୍ ରୋକିବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ଅନୁଯାୟୀ, ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନିୟମିତ ନ ଆସିଲେ ଘରକୁ ଯିବେ ସ୍କୁଲ କର୍ତ୍ତୃପକ୍ଷ। ସପ୍ତାହେ ପିଲା ସ୍କୁଲରେ ଅନୁପସ୍ଥିତ ରହିଲେ ଶିକ୍ଷକ ଶିକ୍ଷୟିତ୍ରୀ ଘରକୁ ଯିବେ ଏବଂ ପିଲା କାହିଁକି ଅନୁପସ୍ଥିତ ରହିଲେ ତାହାର କାରଣ ବୁଝିବେ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। ପୂର୍ବରୁ ଘୋଷଣା ଅନୁଯାୟୀ, ସାରା ରାଜ୍ୟରେ ‘ଆସ ସ୍କୁଲ ଯିବା’ ଅଭିଯାନ କରାଯିବ। ଏହି ଅଭିଯାନର ଲକ୍ଷ୍ୟ ହେଉଛି ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ବିଦ୍ୟାଳୟକୁ ଫେରାଇ ଆଣିବା, ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ପିଲାଙ୍କ ପାଠପଢ଼ାକୁ ଜାରି ରଖିବା ଏବଂ ପୁନର୍ବାର ପାଠପଢ଼ା ନ ଛାଡ଼ିବାକୁ ଆବଶ୍ୟକ ପଦକ୍ଷେପ ନିଆଯିବ।
ଡ୍ରପ୍ଆଉଟ୍ ରୋକିବାକୁ ନୂଆ ପଦକ୍ଷେପ: ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ଘରକୁ ଯିବେ ଶିକ୍ଷକ
- Post published:January 10, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul

