ରାସ୍ତା କଡ଼ରେ ନବଜାତ ପୁତ୍ର ସନ୍ତାନ, କାନ୍ଦ ଶୁଣି ଉଦ୍ଧାର କଲେ ଲୋକ

You are currently viewing ରାସ୍ତା କଡ଼ରେ ନବଜାତ ପୁତ୍ର ସନ୍ତାନ, କାନ୍ଦ ଶୁଣି ଉଦ୍ଧାର କଲେ ଲୋକ

ଅନୁଗୁଳ: ରାସ୍ତା କଡ଼ରେ ନବଜାତକ। ଅନୁଗୁଳ ମ୍ୟୁନିସିପାଲଟି ୪ନମ୍ବର ୱାର୍ଡର ବ୍ରାହ୍ମଣୀଦେଇପଡ଼ା ସାହୁ ଆପାର୍ଟମେଣ୍ଟର ପଛ ରାସ୍ତାରେ ଆଜି ସନ୍ଧ୍ୟାରେ ଏକ ନବଜାତକ ଶିଶୁ ଉଦ୍ଧାର ହୋଇଛି। ଛୁଆଟି ବଞ୍ଚିଥିବା ବେଳେ ରାହା ଧରି କାନ୍ଦୁଥିଲା। କାନ୍ଦ ଶୁଣି ସ୍ଥାନୀୟ ଲୋକ ଯାଇ ଦେଖିବା ବେଳକୁ ପିଲାଟି ବୁଦା ମୂଳରେ ପଡ଼ିଥିଲା। ଲୋକେ ଉଦ୍ଧାର କରିବା ପରେ ଛୁଆଟି ଏକ ପୁଅ ବୋଲି ଜଣାପଡ଼ିଛି।

ସାଧାରଣତଃ କନ୍ୟା ସନ୍ତାନ ଜନ୍ମ ନେଲେ ଲୋକମାନେ ଫିଙ୍ଗି ଦେଉଥିବା ବେଳେ ଏହା ଏକ ପୁଅ ହୋଇଥିବାରୁ କେହି ଅବିବାହିତ ଯୁବତୀ ଏମିତି କରିଥିବା ନେଇ ଚର୍ଚ୍ଚା ହେଉଛି। ତେବେ ଖବର ଲେଖା ହେବା ଯାଏଁ ପୋଲିସ ପ୍ରଶାସନ ନବଜାତକ ପାଖରେ ପହଞ୍ଚି ନଥିବା ଜଣାଯାଇଛି। ଘଟଣାସ୍ଥଳରେ ଶହ ଶହ ଲୋକ ଭିଡ଼ ଜମାଇଛନ୍ତି।

Share

Leave a Reply