ସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ

You are currently viewing ସହରାଞ୍ଚଳରୁ ହଟିଲା ନାଇଟ୍‌ କର୍ଫ୍ୟୁ

ଅନୁଗୁଳ: ରାଜ୍ୟରେ ଗତ କଛି ଦିନ ହେବ କରୋନା ସଂକ୍ରମଣ ଗ୍ରଫ୍ ଖସିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କରୋନା କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଶୁକ୍ରବାର ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରୁ ନାଇଟ କର୍ଫ୍ୟୁ ହଟିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଘୋଷଣା କରିଛନ୍ତି। ଏଥିସହିତ ଅନ୍ୟାନ୍ୟ କଟକଣା ପୂର୍ବ ପରି ଜାରି ରହିବ। ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ବିବାହ ଉତ୍ସବ, ସାମାଜିକ, ରାଜନୈତିକ ଓ ଧାର୍ମୀକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସର୍ବ ସାଧାରଣରେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାରକୁ ବାଧ୍ୟତା ମୂଳକ କରାଯାଇଛି। ପଞ୍ଚାୟତ ନିର୍ବାତନ ପାଇଁ ଜନସାଧାଣଙ୍କ ତୁଳନାରେ ରାଜନୈତିକ ଦଳ ଗୁଡିକୁ କରୋନା କଟକଣାରେ ରିହାତି ଦିଆଯାଇଛି। ବିବାହରେ ମାତ୍ର ୧୦୦ କିନ୍ତୁ ରାଜନୈତିକ ସଭା ସମିତି ପାଇଁ ୩୦୦ ଲୋକଙ୍କୁ ଅନୁମତି ଦିଆଯାଇଛି।

Share

Leave a Reply