ରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ନୀଳମଣି ଓ ରଞ୍ଜିତାଙ୍କୁ ସ୍ଵର୍ଣ

You are currently viewing ରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ନୀଳମଣି ଓ ରଞ୍ଜିତାଙ୍କୁ ସ୍ଵର୍ଣ

ଅନୁଗୁଳ: ଗତ ୧୬ ତାରିଖ ଦିନ ଭୁବନେଶ୍ୱର କିଟ ୟୁନିଭର୍ସିଟି ଷ୍ଟାଡିୟମରେ ଆୟୋଜିତ ରାଜ୍ୟ ମାଷ୍ଟର୍ସ ଆଥଲେଟିକ ମିଟରେ ଅନୁଗୁଳର ନୀଳମଣି ଓ ରଞ୍ଜିତା ସାହୁ ଙ୍କୁ ସ୍ବର୍ଣ୍ଣ ପଦକ ମିଳିଛି। ନୀଳମଣି ୬୦ ବର୍ଷ ରୁ ଉର୍ଧ୍ଵ ବର୍ଗର ୫ କିମି ୱାକିଙ୍ଗ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରି ସ୍ଵର୍ଣ ପଦକ ପାଇଥିଲେ। ପୂର୍ବରୁ ନୀଳମଣି ୨୦ କିମି ଚାଲିରେ ରାଜ୍ୟରେ ଲଗାତାର ପାଞ୍ଚ ଥର ସ୍ଵର୍ଣ ପଦକ ହାସଲ କରି ରେକର୍ଡ ସୃଷ୍ଟି କରିଥିଲେ। ଜେଏସପିଏଲରୁ ଅବସର ପରେ ସେ ଅନୁଗୁଳର ଯୁବ ଖେଳାଳି ମାନଙ୍କୁ ନିଃଶୁଳ୍କ ତାଲିମ ଦେଉଛନ୍ତି। ସେହିପରି ୪୦ ବର୍ଷରୁ ଊର୍ଧ୍ୱ ବର୍ଗରେ ଅନୁଗୁଳର ରଞ୍ଜିତା ସାହୁ ଉଭୟ ଡିସ୍କସ ଓ ସଟ ପୁଟରେ ସ୍ଵର୍ଣ ପଦକ ହସଲ କରିଛନ୍ତି। ରଞ୍ଜିତା କଲେଜ ଜୀବନରେ ଜଣେ ରାଜ୍ୟ ସ୍ତରୀୟ ଆଥଲେଟ ଥିବା ବେଳେ ବିବାହ ପରେ ଖେଳ ଛାଡି ଦେଇଥିଲେ। ଏବେ ଭେଟେରାନ ଦଳରେ ଭାଗ ନେଇ ସଫଳତା ଅର୍ଜନ କରିଛନ୍ତି। ରଞ୍ଜିତା କାର୍ଗିଲ ସହିଦ ମାନସ ରଞ୍ଜନ ସାହୁଙ୍କ ଭାଇ ମନୋଜ ସାହୁଙ୍କ ପତ୍ନୀ ଅଟନ୍ତି। ଉଭୟ ବିଜେତା ଆସନ୍ତା ମାର୍ଚ୍ଚ ୪ ତାରିଖରେ ବେଙ୍ଗାଲୁରୁରେ ଆରମ୍ଭ ହେଉଥିବା ଜାତୀୟ ମାଷ୍ଟରସ ଆଥଲେଟିକ ମିଟରେ ଭାଗ ନେବେ।

Share

Leave a Reply