୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର, ପାଇକସାହିରେ କିଟିକିଟି ଅନ୍ଧାର

You are currently viewing ୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର, ପାଇକସାହିରେ କିଟିକିଟି ଅନ୍ଧାର

ଅନୁଗୁଳ: ୫ ଦିନ ହେଲାଣି ପୋଡ଼ିଲାଣି ଟ୍ରାନ୍ସଫର୍ମର। ଏଯାଏଁ ଗାଁକୁ ଆସିଲି ଲାଇନ। ଅନ୍ଧାରରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପାଇକ ସାହି।

ଅଞ୍ଚଳବାସୀଙ୍କ କହିବାନୁଯାୟୀ, ୧୫୦ ଟି ପରିବାରକୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ଗାଁରେ ୧୦୦ କେଭି ଟ୍ରାନ୍ସଫର୍ମର ଲଗାଯାଇଛି। ଏଥିରୁ ହାଇସ୍କୁଲ ଓ ବ୍ୟାଙ୍କକୁ ମଧ୍ୟ ଇଲେକ୍ଟ୍ରିକ ଦିଆଯାଉଛି। କିନ୍ତୁ ବୁଧବାର ରାତିରେ ବର୍ଷା ଓ ବଜ୍ରପାତ ଯୋଗୁ ଟ୍ରାନ୍ସଫର୍ମରଟି ପୋଡ଼ି ଯାଇଛି। ଏ ନେଇ ଅଞ୍ଚଳବାସୀ ବଇଣ୍ଡା ଇଲେକ୍ଟ୍ରିକ ଅଫିସରେ ଅଭିଯୋଗ କରିଛନ୍ତି। କିନ୍ତୁ ଏବେ ଯାଏଁ ନୂତନ ଟ୍ରାନ୍ସଫର୍ମର ଲଗାଯାଇନାହିଁ। ଫଳରେ ଖବର ଲେଖା ହେବା ଯାଏଁ ୫ ଦିନ ହେବ ଗ୍ରାମବାସୀ ସମ୍ପୂର୍ଣ୍ଣ ଅନ୍ଧାରରେ ଥିବା କହିଛନ୍ତି। ବିଭାଗୀୟ ଅଧିକାରୀ ଏନେଇ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Share

Leave a Reply