ହେଲମେଟ ନଥିଲେ ମିଳିବନି ଲିଫ୍ଟ

You are currently viewing ହେଲମେଟ ନଥିଲେ ମିଳିବନି ଲିଫ୍ଟ

ଅନୁଗୁଳ: ବାଇକ୍ ଚାଳକ ଅବା ଲିଫ୍ଟ ମାଗୁଥିବା ବ୍ୟକ୍ତିଙ୍କ ପାଖରେ ଯଦି ହେଲମେଟ୍ ନଥାଏ ତେବେ ତାଙ୍କୁ ଲିଫ୍ଟ ନଦେବାକୁ ମନା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ନହେଲେ ଗାଡି ଚାଳକର ଲାଇସେନ୍ସ ବାତିଲ ହେବ । ଡବଲ ହେଲମେଟ ପାଇଁ ଚେକିଂ ଆରମ୍ଭ ହେଲାଣି । ସୁପ୍ରମିକୋର୍ଟ ସଡ଼କ ସୁରକ୍ଷା କମିଟି ୩ ମାସ ଭିତରେ ଓଡ଼ିଶା ଆସିବେ ।ସେମାନେ ଆସିବା ପୂର୍ବରୁ ଯାହା ସବୁ ସଡ଼କ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ତାକୁ ପୁଲିସ ଓ ପରିବହନ ବିଭାଗ ମିଳିତ ଭାବରେ ଠିକ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଅଧିକ ଦୁର୍ଘଟଣା ଘଟୁଥିବା ଅଂଚଳକୁ ସୁପ୍ରିମକୋର୍ଟ କମିଟି ନିଜେ ପରିଦର୍ଶନ କରିବେ । ନୂଆ ବ୍ଲାକ ସ୍ପଷ୍ଟ ବି ଚିହ୍ନଟ ହେବ । ଆଇଟି ରୁଲ କରାଯିବ । ଯାହା ସବୁ ନୂଆ ପରିବହନ ଆଇନରେ ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର କରିଥିଲେ, ତାହା ଠିକ ଓ କଡ଼ାକଡ଼ି ଭାବେ ପାଳନ କରିବାକ ସୁପ୍ରିମକୋର୍ଟ ଦୁର୍ଘଟଣାପ୍ରବଣ ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ।

Share

Leave a Reply