ଭସାଣିରେ ଡିଜେ ବ୍ୟାନ ନିୟମକୁ ଫୁ’, କେବଳ ମ୍ୟୁଜିକ ଲେଖି ଗଳାବାଟରେ ଲାଇସେନ୍ସ ହାତଉଛନ୍ତି ମାଲିକ

You are currently viewing ଭସାଣିରେ ଡିଜେ ବ୍ୟାନ ନିୟମକୁ ଫୁ’, କେବଳ ମ୍ୟୁଜିକ ଲେଖି ଗଳାବାଟରେ ଲାଇସେନ୍ସ ହାତଉଛନ୍ତି ମାଲିକ

ଅନୁଗୁଳ : ଆରମ୍ଭ ହୋଇଛି ପାର୍ବଣ ଋତୁ। ଗଣେଶ ପୂଜା ଠାରୁ ସମସ୍ତ ପର୍ବପର୍ବାଣୀ ଓ ପୂଜା ହୋଇଥାଏ। ପୂଜାକୁ ନେଇ ଲୋକଙ୍କ ମଧ୍ୟରେ ଯେତିକି ଉତ୍ସାହ ଥାଏ ଭସାଣି ପାଇଁ ତାର ଦୁଇ ଗୁଣ ଉନ୍ମାଦନା ଥାଏ। କିନ୍ତୁ ଚଳିତ ବର୍ଷ ଭସାଣିରେ ଡିଜେ ଉପରେ ରୋକ ଲଗାଯାଇଛି। ଅନୁଗୁଳରେ ମଧ୍ୟ ଏହି ନିୟମ ଲାଗୁ କରାଯାଇଛି। ପୂର୍ବ ବର୍ଷ ବି ସମାନ କଟକଣା ଥିଲା, କିନ୍ତୁ ଠିକ ବେଳକୁ ଲୋକେ ନିୟମ କାନୁନକୁ ଫୁ’ କରି ଡିଜେ ବଜାଇ ଧୁମ୍ ନାଚିଥିଲେ। ଆଉ ଡିଜେ ସାଉଣ୍ଡର ବିକଟାଳ ଶବ୍ଦ ବି ଲୋକେ ଶୁଣିଥିଲେ। କିଛି ଜାଗାରେ ସ୍ଥାନୀୟ ପୋଲିସ କେତେକ ଗାଡ଼ି ଜବତ କରିଥିବା ବେଳେ କେତେକ ସ୍ଥାନରେ ଖୁଲମଖୁଲା ଡିଜେ ବାଜୁଥିବା ଦେଖାଯାଇଛି। ଅନ୍ୟପକ୍ଷେ ହାତ ଗଣତି କେତେକ ଡିଜେ ଗୁଡିକ ମ୍ୟୁଜିକ ଓ ସାଉଣ୍ଡ ନାମରେ ଲାଇସେନ୍ସ ନବୀକରଣ କରିଥିବା ବେଳେ ଅନ୍ୟ କେତେକ ଆଦୌ ଲାଇସେନ୍ସ କରି ନଥିବା ଜଣାପଡିଛି। ଏନେଇ ଚଢ଼ଉ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି।

ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଓଡ଼ିଶାର ସବୁଠାରୁ ଅଧିକ ଡିଜେ ସାଉଣ୍ଡ ଅନୁଗୁଳ ଜିଲ୍ଲାରେ ରହିଛି। କିନ୍ତୁ ହାତ ଗଣତି କେତୋଟି ଡିଜେ ସାଉଣ୍ଡକୁ ପ୍ରଶାସନ ଲାଇସେନ୍ସ ପ୍ରଦାନ କରିଛି। ବାକି ଅଧାରୁ ଅଧିକ ବିନା ଲାଇସେନ୍ସରେ ଭସାଣିକୁ ଯାଇ ଛାତିଥରା ଶବ୍ଦ ବାହାର କରି ଲୋକଙ୍କୁ ନୟାନ୍ତ କରୁଛନ୍ତି। ଇତି ମଧ୍ୟରେ ଆଉ ଗୋଟିଏ ଜିନିଷ ଜାଣିବାକୁ ମିଳିଛି କି ଡିଜେ ସାଉଣ୍ଡ ବଦଳରେ କେବଳ ସାଉଣ୍ଡ କିମ୍ବା ମ୍ୟୁଜିକ ଲେଖି କେତେକ ଡିଜେ ମାଲିକ ଲାଇସେନ୍ସ ପାଇଁ ତଥା ନବୀକରଣ ଲାଇସେନ୍ସ ହାତେଇଛନ୍ତି। ତେବେ ସୋମବାର ତାଳଚେର ପୋଲିସ ପକ୍ଷରୁ ଗ୍ରୀନ ଡିଜେ ନାମକ ଏକ ଗାଡ଼ି ଜବତ କରାଯାଇଥିବା ଜଣାପଡିଛି।

ଆଗକୁ ଅନୁଗୁଳରେ ଗଣେଶ, ଖୁଦୁରୁକୁଣୀ, ନାଲକୋ ପ୍ରସିଦ୍ଧ ବିଶ୍ଵକର୍ମା, ଅନୁଗୁଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା, କାର୍ତ୍ତିକେଶ୍ୱର ପୂଜା ଭସାଣି ଆଦି ହେବ। ଏହି ସମୟରେ ଡିଜେ ଉପରେ କଡ଼ା ପ୍ରତିବନ୍ଧକ ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share

Leave a Reply