ନୂଆ ବର୍ଷରେ କିଛି ମାନିଲେନି, ଶାମ୍ବ ଦଶମୀରେ ବି ବୋହିନେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ-ମାଂସ

You are currently viewing ନୂଆ ବର୍ଷରେ କିଛି ମାନିଲେନି, ଶାମ୍ବ ଦଶମୀରେ ବି ବୋହିନେଲେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ-ମାଂସ

ଅନୁଗୁଳ: ଆଜି ନୂଆ ବର୍ଷର ପ୍ରଥମ ଦିନରେ ଖାଲି ଯେ ମନ୍ଦିରରେ ଭିଡ଼ ଥିଲା ତା’ ନୁହଁ, ଆମିଷ ବଜାରରେ ବି ନାହିଁ ନ ଥିବା ଲୋକ ଗହଳି ଦେଖିବାକୁ ମିଳିଥିଲା। ଶାମ୍ବ ଦଶମୀରେ ଘରେ ଘରେ ସୂର୍ଯ୍ୟ ପୂଜା ହୋଇଥିଲେ ବି ଆଇଁସ ରଙ୍କୁଣାମାନେ କିଛି ମାନି ନଥିଲେ। ଭୋଜି ଭାତ ନାଁରେ ଲୋକେ ମାଛ, ମାଂସରେ ଭାସିଥିଲେ। ଏଣୁ ଆମିଷ ବଜାରରେ ମାଛ, ମାଂସ, ଚିଙ୍ଗୁଡ଼ି, ଖାସି ମୁଣ୍ଡ, ଚିକେନର ଚାହିଦା ବେଶ୍ ବଢି ଯାଇଥିଲା। ଲୋକେ ପିକନିକରେ ମଉଜ କରିବା ବାହାନାରେ ଆମିଷର ଭରପୂର ମଜା ଉଠାଇଥିଲେ। ନୂଆ ବର୍ଷ ସେଲିବ୍ରେସନମାନେ ଆମିଷ ହେବନି ବା କେମିତି। ଏଣୁ ଲୋକେ ପୂଜା ପର୍ବ କିଛି ମାନି ନ ଥିବା ଦେଖିବାକୁ ମିଳିଥିଲା।

Share

Leave a Reply