ବ୍ୟାଙ୍କରେ ମିଳୁନି ସଠିକ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଞ୍ଚଳବାସୀ

You are currently viewing ବ୍ୟାଙ୍କରେ ମିଳୁନି ସଠିକ ସେବା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଅଞ୍ଚଳବାସୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଜାମୁନାଳି ନିକଟରେ ଥିବା ଏକ ବ୍ଯାଙ୍କରେ ଗ୍ରାହକଙ୍କୁ ସଠିକ ସେବା ଯୋଗାଇ ଦିଆଯାଉନଥିବା ନେଇ ଅଭିଯୋଗ ହୋଇଛି। ଏନେଇ ସୋମବାର ଦିନ ମଧପୁର ଅଞ୍ଚଳର ଯୁବ ଗୋଷ୍ଠୀ ପକ୍ଷରୁ ଅନୁଗୁଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି।

ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ, ଜାମୁନାଳୀ ଠାରେ ଥିବା ବ୍ଯାଙ୍କ ଉପରେ କିଶୋରନଗରର ୧୫ ଟି ଓ ଆଠମଲ୍ଲିକ ବ୍ଲକ ର ୬ ଟି ପଞ୍ଚାଯତ ନିର୍ଭରଶୀଳ। ହେଲେ ବ୍ଯାଙ୍କ ପକ୍ଷରୁ ଗ୍ରାହକଙ୍କୁ ସଠିକ ସେବା ଯୋଗାଇ ଦିଆ ଯାଉନାହି। ଶ୍ରମିକଙ୍କୁ ମନରେଗା ଯୋଜନାରେ ମଜୁରି ଟଙ୍କା ଆସୁଥିବା ବେଳେ ତାଙ୍କର ବ୍ଯାଙ୍କ ପାସ ବୁକକୁ ପ୍ରିଣ୍ଟ କରୁନାହାନ୍ତି ଅଧିକାରୀ। ସେହିପରି ଟଙ୍କା ଉଠାଣ ପାଇଁ ଯାଉଥିବା ଗ୍ରାହକ ବି ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି। ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

Share

Leave a Reply