ରୋଡ଼ ରୋମିଓଙ୍କ ଆକ୍ରମଣରେ ଜଣେ ଗୁରୁତର

You are currently viewing ରୋଡ଼ ରୋମିଓଙ୍କ ଆକ୍ରମଣରେ ଜଣେ ଗୁରୁତର

ଅନୁଗୁଳ: ଟିଉସନ୍ ରୁ ଫେରୁଥିବା ଝିଅ ପିଲାଙ୍କୁ କମେଣ୍ଟ ମାରିବା ସହ ଟେକା ଫିଙ୍ଗୁଥିବା କିଛି ଯୁବକଙ୍କ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ସ୍ଥାନୀୟ ରାଣିଗୋଡା ଗାଁରେ ଏ ଭଳି ଘଟଣା ଘଟିଛି। ଟିଉସନ୍ ରୁ ଫେରୁଥିବା ଝିଅ ପିଲାଙ୍କୁ ଗାଁର କିଛି ଯୁବକ କମେଣ୍ଟ୍ ମାରିବା ସହ ଟେକା ଫିଙ୍ଗୁ ଥିବା ବେଳେ ତାହା ଗାଁର ଡିଲ ସାହୁଙ୍କ ପୁଅ ସିପୁନ ଦେହରେ ବାଜିଥିଲା। ସେ ଏହାର ପ୍ରତିବାଦ କରିବାରୁ ଯୁବକ ମାନେ ତାକୁ ଆକ୍ରମଣ ଉଦ୍ୟମ କରିଥିଲେ। ସିପୁନକୁ ବଞ୍ଚାଇବାକୁ ବାପା ଡିଲ ସାହୁ ପହଞ୍ଚିବାରୁ ଯୁବକ ମାନେ ଛଡରେ ତାଙ୍କୁ ଆକ୍ରମଣ କରି ମୁଣ୍ଡ ଫଟାଇ ଦେଇଥିଲେ। ଡିଲ ଏଥିନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Share

Leave a Reply