ଅନୁଗୁଳ: ଆଜି ଜିଲ୍ଲାପାଳଙ୍କ କୋର୍ଟ ରୁମରେ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ଉପଜିଲ୍ଲାପାଳ ବଇତୁରା ଦୀପଙ୍କ ସମେତ ବହୁ କର୍ମଚାରୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ୧୭ ବର୍ଷରୁ ଊର୍ଦ୍ଧ୍ବ ବୟସର ଯୁବପିଢ଼ିଙ୍କ ଭୋଟ ପରିଚୟ ପତ୍ର କରାଇବା। ଆଜିଠାରୁ ଡିସେମ୍ବର ୮ ଯାଏଁ ଏହି ଅଭିଯାନ ଚାଲିବ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ନୀଳ ପତାକା ଦେଖାଇ ସଚେତନତା ରଥ ଆରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସିପାଲ, ସ୍କୁଲ ପ୍ରଧାନ ଶିକ୍ଷକ, ରାଜନୈତିକ ମେମ୍ବରଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।