ଅନୁଗୁଳ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନଙ୍କ ନାମରେ ପ୍ରଚଳିତ ହେଉ ସ୍ମାରକୀ ଡାକ ଟିକଟ। ଆଜି ଏ ନେଇ ଲୋକସଭାରେ ଦାବି ରଖିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ଲୋକସଭାର ଶୂନ୍ୟକାଳରେ ସାଂସଦ ଶ୍ରୀ ପାଣି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି କହିଥିଲେ, ସ୍ୱାଧୀନତା ସଂଗ୍ରାମୀ ପବିତ୍ର ବାବୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଥିଲେ। ସେ ଏକାଧାରାରେ ଥିଲେ ଜଣେ କବି, ଲେଖକ, ସାହିତ୍ୟିକ ଓ ଶିକ୍ଷାବିତ୍। ସେ ଅନେକ ଥର ବିଧାୟକ, ସାଂସଦ, ମନ୍ତ୍ରୀ ଓ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ସ୍ମୃତିରେ ସ୍ମାରକୀ ଡାକ ଟିକଟ ପ୍ରଚଳନ କରାଯାଉ ବୋଲି ସାଂସଦ ଶ୍ରୀ ପାଣି କହିଛନ୍ତି।
ସଂସଦରେ ସାଂସଦଙ୍କ ଦାବି : ସଂଗ୍ରାମୀ ପବିତ୍ର ପ୍ରଧାନଙ୍କ ନାଁରେ ପ୍ରଚଳିତ ହେଉ ସ୍ମାରକୀ ଡାକ ଟିକଟ
- Post published:April 4, 2025
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ରାଜା ଶ୍ରୀ ଶ୍ରୀ ସୋମନାଥ ଜଗଦେବ ସିଂ ମହାରାଜଙ୍କର ଜୟନ୍ତୀ ପାଳିତ: ବୃକ୍ଷରୋପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ
ଆଜିଠୁ ଗଦାଶିଳାରେ ଏକ ସପ୍ତାହବ୍ୟାପୀ ମହିଳା ସମାବେଶ ଆରମ୍ଭ: ମହିଳାମାନେ ସଂଗଠିତ ହୋଇ ସୁସ୍ଥ ସମାଜ ଗଢ଼ିବାକୁ ଆହ୍ବାନ






