ଏଣିକି ଘରେ ବସି କରିପାରିବେ ଜେନେରାଲ ଟିକେଟ୍, ଜାଣନ୍ତୁ ଷ୍ଟେପ୍ ବାଏ ଷ୍ଟେପ୍ ନିୟମ

You are currently viewing ଏଣିକି ଘରେ ବସି କରିପାରିବେ ଜେନେରାଲ ଟିକେଟ୍, ଜାଣନ୍ତୁ ଷ୍ଟେପ୍ ବାଏ ଷ୍ଟେପ୍ ନିୟମ

 

ନୂଆଦିଲ୍ଲୀ: ଏଣିକି ଘରେ ବସି ଟ୍ରେନରେ କରିପାରିବେ ଜେନେରାଲ ଟିକେଟ। ଟ୍ରେନରେ ଯାତ୍ରା କରୁଥିବା ଲକ୍ଷ ଲକ୍ଷ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଆପଣ ଘରେ ବସି ସାଧାରଣ(ଜେନେରାଲ) ଟିକେଟ୍ ବୁକ୍ କରିପାରିବେ।

ଭାରତୀୟ ରେଳବାଇ ୟୁଟିଏସ ଆପ୍ ଆରମ୍ଭ କରିଛି, ଯାହା ସାହାଯ୍ୟରେ ଲୋକମାନେ ଘରେ ବସି ଜେନେରାଲ ଟିକେଟ୍ ବୁକ୍ କରିପାରିବେ। ଏଥିପାଇଁ ସର୍ବପ୍ରଥମେ ପ୍ଲେ ଷ୍ଟୋରରୁ ୟୁଟିଏସ ଆପ୍ ଇନଷ୍ଟଲ କରନ୍ତୁ। ଏହା ପରେ ନିଜ ତଥ୍ୟ ପଞ୍ଜିକରଣ କରାନ୍ତୁ। ଏବେ ୟୁଟିଏସ ଆପରେ ଲଗ୍ଇନ୍ କରିବା ମାତ୍ରେ ଜେନେରାଲ ଟିକେଟ୍ ବିକଳ୍ପ ଆସିବ। ଏହା ପରେ ନିଜର କିଛି ବିବରଣୀ ଦିଅନ୍ତୁ। ସବିଶେଷ ତଥ୍ୟ ପୂରଣ କରିବା ପରେ, କ୍ଲିକ୍ କରନ୍ତୁ ଏବଂ ଦେୟ ଦିଅନ୍ତୁ। ଏହା ପରେ ଆପଣ ଜେନେରାଲ ଟିକେଟ ପାଇଯିବେ।

Share

Leave a Reply