ଅନୁଗୁଳ: ଏନଟିପିସି କଣିହାଁ ପକ୍ଷରୁ କଣିହାଁ ବ୍ଲକର ୭୨ଟି ଗାଁର ୮୧ଟି ସରକାରୀ ବିଦ୍ୟାଳୟରେ ୧୪୦୦ ଡୁଆଲ ଡେସ୍କ ବେଞ୍ଚ ପ୍ରଦାନ କରାଯାଇଛି। ଏହାଦ୍ବାରା ସ୍କୁଲ ପିଲାମାନଙ୍କ ପାଇଁ ଭିତ୍ତିଭୂମି ସୁବିଧା ଉନ୍ନତ ହେବା ସହ ଗୁଣାତ୍ମକ ଶିକ୍ଷାର ବିକାଶ ହୋଇପାରିବ। ଏହି ଡେସ୍କ ବେଞ୍ଚ ବଣ୍ଟନ ଅଭିଯାନ ୨୯ ନଭେମ୍ବର ୨୦୨୫ ରେ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଖଜୁରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ଝରାବରାଣୀ ସ୍କୁଲକୁ ଡୁଆଲ୍ ଡେସ୍କ ମିଳିଥିଲା। ୭ ଫେବୃଆରୀ ୨୦୨୬ ସୁଦ୍ଧା ବ୍ଲକର ସମସ୍ତ ୮୧ ସ୍କୁଲରେ ବେଞ୍ଚ ଡେସ୍କ ପ୍ରଦାନ କରାଯାଇଛି, ଯାହା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସିଧାସଳଖ ଲାଭ ପହଞ୍ଚାଇଛି। ପରିମଳ କ୍ଷେତ୍ରରେ ଏନଟିପିସି ଷ୍ଟେସନ ସ୍କୁଲଗୁଡ଼ିକରେ ୭୫ଟି ଶୌଚାଳୟ ବ୍ଲକ ନିର୍ମାଣ କରିଛି। ଆଜି ପର୍ଯ୍ୟନ୍ତ ଏନଟିପିସି ୫୫୦ ଜଣ ଝିଅଙ୍କୁ ବାଳିକା ସଶକ୍ତିକରଣ ମିଶନ କାର୍ଯ୍ୟକ୍ରମ ଅଧୀନରେ ସାମିଲ କରି ତାଙ୍କର ଦକ୍ଷତା ବିକାଶ ଏବଂ ଶିକ୍ଷାଗତ ପ୍ରେରଣା ବୃଦ୍ଧି ଦିଗରେ ସହାୟକ ହୋଇପାରିଥିବା କଥା ଏନଟିପିସି ଏକ ବିବୃତିରେ ପ୍ରକାଶ କରିଛି।
ଶିକ୍ଷାର ବିକାଶ ଦିଗରେ ଏନଟିପିସିର ପ୍ରୟାସ: ୮୧ଟି ସରକାରୀ ବିଦ୍ୟାଳୟରେ ୧୪୦୦ ଡୁଆଲ ଡେସ୍କ ବେଞ୍ଚ ପ୍ରଦାନ
- Post published:February 21, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


