କୁମଣ୍ଡ ଜରାସିଂହା କଲେଜରେ ନୂଆ ‘ଓ’ ଉତ୍ସବ

You are currently viewing କୁମଣ୍ଡ ଜରାସିଂହା କଲେଜରେ ନୂଆ ‘ଓ’ ଉତ୍ସବ

ଅନୁଗୁଳ: କୁମଣ୍ଡ ଜରାସିଂହା କଲେଜରେ ନୂଆ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛେଣ୍ଡିପଦାର ମାନ୍ୟବର ବିଧାୟକ ସୁଶାନ୍ତ କୁମାର ବେହେରା ମୂଖ୍ୟ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ । ଅନ୍ୟତମ ଅତିଥି ରୂପେ ଜିଲ୍ଲା ଯୁବ ବିଜେଡ଼ିର ସଭାପତି ତଥା ବସୁଧା ଯୋଜନାର ଉପଦେଷ୍ଟା ଦିନେଶ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ଦିଲୀପ ପ୍ରଧାନ, ଅନୁଗୋଳ ଜିଲ୍ଲା ଟ୍ରକ ମାଲିକ ସଂଘର ସମ୍ପାଦକ ସନ୍ତୋଷ ଦାସ, ଯୁବ ସଂଗଠକ କୁନ୍ଦନ କୁମାର ସ୍ବାଇଁ, ରସିକ ମୋହନ ଦାସ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନାଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ରାଜନୀତି ବିଭାଗର ଅଧ୍ୟାପକ ଲକ୍ଷ୍ମୀଧର ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପିକା ରଶ୍ମୀରେଖା ଲେଙ୍କା, ଅଧ୍ୟାପିକା ଦମୟନ୍ତୀ ଷଡ଼ଙ୍ଗୀ, କ୍ରୀଡା ଶିକ୍ଷକ ହୃଷୀକେଶ ସାହୁ, ଅଧ୍ୟାପକ ନରେଶ ଚନ୍ଦ୍ର ସାମଲ, ଅଧ୍ୟାପକ ପ୍ରଦୀପ କୁମାର ନନ୍ଦ, ଗ୍ରନ୍ଥାଧିକାରୀ କବି ଚରଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ। ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ମଦ୍ୟ ବିରୋଧୀ ଏବଂ ବାଲ୍ୟ ବିବାହ ବିରୁଦ୍ଧରେ ନାରାବାଜି ଦେଇ ସାମାଜିକ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ କରିଥୁଲେ। ଶୋଭାଯାତ୍ରା ଟି କୁମଣ୍ଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ କାଶି ବୈଦ୍ୟନାଥ ଶିବ ମନ୍ଦିର ଠାରେ ପହଞ୍ଚିଥିଲା। ସେଠାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ପଥପ୍ରାନ୍ତ ନାଟକ ମାଧ୍ୟମରେ ମଦ୍ୟ ବିରୋଧୀ ଏବଂ ବାଲ୍ୟ ବିବାହ ବିରୁଦ୍ଧରେ ସଚେତନତା କରାଯାଇଥିଲା। କୃତୀଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ମାନ ପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ। ଏ ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ହେ ନବୀନ ଆମେ ତୁମ ଫ୍ୟାନ ଗୀତରେ ପିଲାମାନେ ଝୁମି ଥିଲେ।

Share

Leave a Reply