ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ

You are currently viewing ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜିତ

ତାଳଚେର: ତାଳଚେର ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ କଲେଜ ପକ୍ଷରୁ ମୋ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମୁଖ୍ୟ ଅତିଥି ଭାବେ ତାଳଚେରର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାର ଛାତ୍ରୀଙ୍କ ପାଇଁ ପ୍ରଣୟନ କରିଥିବା ଯୋଜନା ବିଷୟରେ ସୂଚନା ଦେଇଥିଲେ। ସମ୍ମାନିତ ଅତିଥି ଭାବେ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ ଯୋଗ ଦେଇ ଛାତ୍ରୀମାନେ ପାଠ ସହିତ ଖେଳ ନାଚ ଗୀତରେ ଧ୍ୟାନ ଦେଇ ଆଗକୁ ବଢ଼ିଲେ ଭବିଷ୍ୟତରେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଆଣି ପାରିବେ ବୋଲି ପରାମର୍ଶ ଦେଇଥିଲେ।
କଲେଜର ଅଧ୍ୟକ୍ଷା ଶିବାନୀ ମହାପାତ୍ର ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ସାମିଲ ହୋଇଥିଲେ। ପରେ ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ।

Share

Leave a Reply