ଅନୁଗୁଳ: ଅନୁଗୁଳ ମହିଳା ମହାବିଦ୍ୟାଳୟରେ “ନୂଆ – ଓ” ଅନ୍ତର୍ଗତ ସାମାଜିକ କାର୍ଯ୍ୟ ଓ କାର୍ଯ୍ୟକଳାପ କାର୍ଯ୍ୟକ୍ରମ ଶନିବାର ଦିନ ଉଦଯାପିତ ହୋଇଛି। ଅଧ୍ୟକ୍ଷ ବିରଜା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁଗୁଳ ପୌରପାଳିକାର ନଗରପାଳ ଅକ୍ଷୟ କୁମାର ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରୀଙ୍କୁ “ନୂଆ – ଓ” କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଅଭିଯାନ ସମ୍ପର୍କରେ ବୁଝାଇଥିଲେ। ମୁଖ୍ୟ ସଂଯୋଜକ ପ୍ରାଧ୍ୟାପକ ହୃଷୀକେଶ ସାହୁ ସାମାଜିକ କାର୍ଯ୍ୟ ବିଭାଗର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ।
ଏ ଅବସରରେ ସାମାଜିକ କାର୍ଯ୍ୟ ଅନ୍ତର୍ଭୁକ୍ତ ରକ୍ତଦାନ ଶିବିର, ଯୋଗଶିକ୍ଷା, କନ୍ୟା ଭ୍ରୁଣ ହତ୍ୟା, ସ୍ବଚ୍ଛତା, ବାଲ୍ୟ ବିବାହ ବିରୋଧ, ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ, ସଡ଼କ ସୁରକ୍ଷା, ଯୌତୁକ ବିରୋଧ, ନିଶା ନିବାରଣ ଇତ୍ୟାଦି କାର୍ଯ୍ୟମାନ ସମ୍ପାଦିତ ହୋଇଥିଲା। ସମୁଦାୟ ୯୦୭ ଜଣ ଶିକ୍ଷାର୍ଥୀ ଏହି ସବୁ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଯୁକ୍ତ ୩ ବିଭାଗର ଛାତ୍ରୀ ପ୍ରତିନିଧି ସୁଚିଶ୍ମିତା ପଣ୍ଡା ସାମାଜିକ କାର୍ଯ୍ୟକଳାପର ବିବରଣୀ ପାଠ କରିଥିବା ବେଳେ ଯୁକ୍ତ ଦୁଇ ଛାତ୍ରୀ ପ୍ରତିନିଧି ଲୋପାମୁଦ୍ରା ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପକ ଅଶ୍ଵିନୀ ସାହୁଙ୍କ ନିର୍ଦ୍ଦେଶରେ ଦୁଇଟି ସାମାଜିକ ସଚେତନଧର୍ମୀ ନାଟକ ବାଲ୍ୟ ବିବାହ ଓ ସ୍ବଚ୍ଛତା ଛାତ୍ରୀଙ୍କ ଦ୍ଵାରା ଅଭିନୀତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଡଃ ସ୍ୱଚ୍ଛସଲିଳା ମହାପାତ୍ର, ଅଧ୍ୟାପକ ସନ୍ତୋଷ ମିଶ୍ର ତଥା ଅଧ୍ୟାପିକା ରଞ୍ଜିତା ସିଂହ ସାମନ୍ତ, ଡ. ପ୍ରମୋଦ ପ୍ରଧାନ, ଅରୁଣ ମିଶ୍ର, ଅଞ୍ଜଳି ତ୍ରିପାଠୀ, ଡ. ପ୍ରଭାତୀ ମିଶ୍ର, ସୁଧା ମହାନ୍ତି, ଅମିତା ଦେହୁରୀ, ବିଜୟଲକ୍ଷ୍ମୀ ବେହେରା, ଅମୂଲ୍ୟନିଧି ସାହୁ, ଲକ୍ଷ୍ମୀ ନାରାୟଣ ସାହୁ, ତପନ ବରାଳ, ପବିତ୍ର ଗଡ଼ନାୟକ, ନବ କିଶୋର ସାହୁ ତଥା ଅନ୍ୟାନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।