ଅନୁଗୁଳ: ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ। ଏଣୁ ଜନ୍ମ ହେବା ପୂର୍ବରୁ ଏବଂ ପରେ ଶିଶୁର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଯାହା ଏବେ ଅଙ୍ଗନବାଡ଼ି କର୍ମୀ କରୁଛନ୍ତି। ଏଣୁ ଆମେ ସେମାନଙ୍କୁ ସମ୍ମାନ ଦେବା ଉଚିତ୍। ମଙ୍ଗଳବାର ଅନୁଷ୍ଠିତ ସାମାଜିକ ନ୍ୟାୟ ପକ୍ଷ ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ ଏଭଳି ମତ ବ୍ୟକ୍ତ କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ପ୍ରତିମା ମିଶ୍ର।
ଅନୁଗୁଳ ସହର ଉପକଣ୍ଠ ତୁରଙ୍ଗ ପଞ୍ଚାୟତର ଅଙ୍ଗନବାଡ଼ି ‘ଖ’ କେନ୍ଦ୍ରରେ ଆୟୋଜିତ ଏହି ପୋଷଣ ଅଭିଯାନ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ଓ ସହାୟକଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା। ସେହିଭଳି ପିଲାଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସମସ୍ତ ଅଭିଭାବକଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ।