ଓପି ଜିନ୍ଦଲ କପ୍ ଫୁଟବଲ୍: କଟକ ୪-୦ ରେ ଝାରସୁଗୁଡ଼ା କୁ ହରାଇଲା

You are currently viewing ଓପି ଜିନ୍ଦଲ କପ୍ ଫୁଟବଲ୍: କଟକ ୪-୦ ରେ ଝାରସୁଗୁଡ଼ା କୁ ହରାଇଲା

ଅନୁଗୁଳ: ଓମ୍ ପ୍ରକାଶ ଜିନ୍ଦଲ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ କଟକ ସ୍ପୋର୍ଟସ ହଷ୍ଟେଲ ୪-୦ ଗୋଲରେ ଝାରସୁଗୁଡ଼ାକୁ ପରାସ୍ତ କରିଛି। ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଉଦୟ କୁମାର ମହାପାତ୍ର ଆଜିର ଖେଳକୁ ଉଦ୍ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ଜିନ୍ଦଲ ଏଭିପି ମାଇନ୍ସ ଅଜୟ ସିଂହ, ଜିଏମ ଲ୍ୟାଣ୍ଡ ସୁୁଦର୍ଶନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। କଟକର ଡି ସଞ୍ଜୟ ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ।ଦିଲୀପ ରାଉତ ଖେଳ ପରିଚାଳନା କରିଥିଲେ। ଆସନ୍ତା କାଲି ଢେଙ୍କାନାଳ ଓ ପାଲଲହଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହେବ।

Share

Leave a Reply