ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନିର୍ବାଚନ ପରେ ଶପଥ ନେଲେ ସଭାପତି ଓ ସମ୍ପାଦକ, ସଂସ୍ଥାର ଉନ୍ନତି କରିବା ଉପରେ ଗୁରୁତ୍ୱାରୋପ

You are currently viewing ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନିର୍ବାଚନ ପରେ ଶପଥ ନେଲେ ସଭାପତି ଓ ସମ୍ପାଦକ, ସଂସ୍ଥାର ଉନ୍ନତି କରିବା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନର ନିର୍ବାଚନ ପରେ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥାନୀୟ ରାମ ଭବନରେ ଅନୁଷ୍ଠିତ ହୋଇଛି। ସଭାପତି ଭାବେ ଦୀପକ କୁମାର ବର୍ମା ଓ ସମ୍ପାଦକ ଭାବେ ନୀଳାଚଳ ପ୍ରଧାନ ଶପଥ ନେଇଥିଲେ। ଅଶୋକ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ଉପଦେଷ୍ଟା ସତ୍ୟବ୍ରତ ସ୍ୱାଇଁ, ପୂର୍ବତନ ଉପସଭାପତି ସୁବାଷ୍ ପ୍ରଧାନ ଓ ଆଇନ୍ ପରାମର୍ଶଦାତା ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ ମଞ୍ଚାସୀନ ଥିଲେ।
ସଭାପତି ଦୀପକ ବର୍ମା କହିଥିଲେ, ଏକତା ହିଁ ବଳ। ଆମେ ସମସ୍ତେ ମିଳିମିଶି କାମ କଲେ ଅନୁଷ୍ଠାନରେ ଗରିମା ବଜାଇ ରଖିପାରିବା ବୋଲି କହିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭ୍ୟ ଚନ୍ଦ୍ରକାନ୍ତ ଧଳ, ବଜରଙ୍ଗ ଲାଲ ଅଗ୍ରୱାଲ, ସୁନୀଲ ଅଗ୍ରୱାଲ, କମଲ ଅଗ୍ରୱାଲ, ଅତୁଲ ପାନସାରି ଯୋଗ ଦେଇଥିଲେ।

Share

Leave a Reply