ଅନୁଗୁଳ: ସ୍ଥାନୀୟ ବଅଁରପାଳ ତହସିଲ ଅନ୍ତର୍ଗତ ନୂଆହତା ପଞ୍ଚାୟତର ଗଣ୍ଠିଗାଡ଼ିଆରେ ହାତୀ ଉତ୍ପାତ। ଦନ୍ତା ଆକ୍ରମଣରେ ଗାଁ ଲୋକେ ହନ୍ତସନ୍ତ ହୋଇଛନ୍ତି।
ସୂଚନା ମୁତାବକ, ଗାଁରେ ପ୍ରାୟ ଏକ ମାସ ହେବ ହାତୀମାନେ ଉତ୍ପାତ ହେଉଛନ୍ତି। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି ସକାଳୁ ଟାଟା ଷ୍ଟିଲ ମେରାମଣ୍ଡଳି କାରଖାନା ପାଚେରୀ ଓ ଗଣ୍ଠି ଗାଡ଼ିଆ ସୀମାନ୍ତ ଅଞ୍ଚଳରେ ପ୍ରାୟ ୧୫ ରୁ ୨୦ ହାତୀ ରାସ୍ତାରେ ଘୁରି ବୁଲୁଥିଲେ। ଫଳରେ ଗ୍ରାମବାସୀ ଓ ଆଖପାଖ ପଞ୍ଚାୟତର ଲୋକ କାରଖାନା ଯାଇପାରିନଥିଲେ।
ଖବର ପାଇ ଏଫସିଆଇ ସେକସନର ଫରେଷ୍ଟର ସଦଳବଳ ପହଞ୍ଚି ନିରୀକ୍ଷଣ କରିବା ସମୟ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ଫଳରେ ଲୋକେ ଆତଙ୍କିତ ଅଛନ୍ତି।