ଶପଥ ନେଲେ ଅନୁଗୁଳ ଓକିଲ ସଂଘର କର୍ମକର୍ତ୍ତା: ହିମାଂଶୁ ଭୂଷଣ ସାମଲ ହେଲେ ସଭାପତି

You are currently viewing ଶପଥ ନେଲେ ଅନୁଗୁଳ ଓକିଲ ସଂଘର କର୍ମକର୍ତ୍ତା: ହିମାଂଶୁ ଭୂଷଣ ସାମଲ ହେଲେ ସଭାପତି

ଅନୁଗୁଳ: ଅନୁଗୁଳ ଓକିଲ ସଂଘର ନିର୍ବାଚିତ କର୍ମକର୍ତ୍ତାଙ୍କ
ଶପଥ ଗ୍ରହଣ ସମାରୋହ ବୁଧବାର ଅପରାହ୍ନରେ ଅନୁଗୁଳ ଜଜ୍ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଛି। ସଂଘର ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଜଜ୍ ତଥା ଭିଜିଲାନ୍ସ ଜଜ୍ ରାଜଲକ୍ଷ୍ମୀ ପଟ୍ଟନାୟକ ନିର୍ବାଚିତ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ। ସମ୍ମାନିତ ଅତିଥି ଭାବେ ସିଭିଲ କୋର୍ଟ ରେଜିଷ୍ଟର, ଫାମିଲି କୋର୍ଟ ଜର୍ଜ, ବରିଷ୍ଠ ଦେୱାନି ବିଚାରପତି ପ୍ରମୁଖ ଯୋଗଦେଇଥିଲେ। ସଭାପତି ଭାବେ ହିମାଂଶୁ ଭୂଷଣ ସାମଲ, ଉପସଭାପତି ଭାବେ ପ୍ରତାପ କୁମାର ନାୟକ, ସାଧାରଣ ସମ୍ପାଦକ ଭାବେ ଧ୍ରୁବ ଚରଣ ସାହୁ, ସହ ସମ୍ପାଦକ ପୁରୁଷୋତ୍ତମ ନାୟକ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ସେଠୀ, ସାଂସ୍କୃତିକ ସମ୍ପାଦକ ଭାବେ ଜ୍ୟୋସ୍ନାମୟୀ ସାହୁ ଭାବେ ଆଜି ଶପଥ ନେଇଥିଲେ।

ଅନୁଗୁଳ ଜିଲ୍ଲା ଟ୍ରକ ମାଲିକ ସଂଘ ତରଫରୁ ଓକିଲ ସଂଘର ନୂତନ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧନାରେ ଟ୍ରକ ମାଲିକ ସଂଘର ସଭାପତି ଅମରେଶ ସ୍ୱାଇଁ, ସାଧାରଣ ସମ୍ପାଦକ ରଜତ କୁମାର ମହାପାତ୍ର ଏବଂ ସଂଘର କର୍ମକର୍ତ୍ତା ଯୋଗଦେଇଥିଲେ। ଶେଷରେ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply