ଓଡ଼ିଆ ଅସ୍ମିତା ଗଲା ଚୁଲିକୁ ! ଇଂରାଜୀରେ ଲେଖା ହୋଇଛି ଓରମାସର ଏଗ୍ରି ମଲ୍ ର ସାଇନ୍ ବୋର୍ଡ

You are currently viewing ଓଡ଼ିଆ ଅସ୍ମିତା ଗଲା ଚୁଲିକୁ ! ଇଂରାଜୀରେ ଲେଖା ହୋଇଛି ଓରମାସର ଏଗ୍ରି ମଲ୍ ର ସାଇନ୍ ବୋର୍ଡ

ଅନୁଗୁଳ: ଓଡ଼ିଆ ଅସ୍ମିତାର ନାରା ଦେଇ ବିଜେପି ରାଜ୍ୟ ଶାସନ ଭାର ହାତେଇଛି। ଶାସନକୁ ଆସିବା ପରେ ସବୁ ସରକାରୀ ଓ ବେସରକାରୀ କାଗଜପତ୍ର ଠୁ ଆରମ୍ଭ କରି ସମସ୍ତ ଦୋକାନ ବଜାର, ଅଫିସ କଚେରୀର ହୋର୍ଡ଼ିଂ ମଧ୍ୟ ବଦଳାଇଛି। ଆଉ ଏଥିପାଇଁ ପାଣି ଭଳି ପଇସା ମଧ୍ୟ ଖର୍ଚ୍ଚ କରୁଥିବା ନଜିର ରହିଛି। କିନ୍ତୁ ଅନୁଗୁଳ ସହରରେ ଏକ ସରକାରୀ କଳ ଦ୍ୱାରା ପରିଚାଳିତ ସଂସ୍ଥାର ସାଇନ ବୋର୍ଡ ଓଡ଼ିଆ ନୁହେଁ, ବରଂ ଇଂରାଜୀରେ ଲେଖା ହୋଇଥିବା ସାମ୍ନାକୁ ଆସିଛି।

ଅନୁଗୁଳ ଜେଲ ସମ୍ମୁଖରେ ଥିବା ଓରମାସର ଏଗ୍ରି ମଲ୍ ର ସାଇନ୍ ବୋର୍ଡରେ ଓଡ଼ିଆ ବଦଳରେ ସମ୍ପୂର୍ଣ୍ଣ ଇଂରାଜୀରେ ଲେଖା ଯାଇଛି। ରାଜ୍ୟରେ ସରକାର ବଦଳିବା ପରେ ଓଡ଼ିଆ ଅସ୍ମିତାର କହୁଥିବା ସରକାର ସବୁ ବିଭାଗକୁ ଓଡ଼ିଆ ଭାଷା ଓ ଓଡ଼ିଆ ଲେଖା ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ରାଜ୍ୟ ପଞ୍ଚାୟତିରାଜ ଓ ଓରମାସ ଏଗ୍ରୀ ମଲ୍ ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ତେବେ ଯଦି ସରକାର ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତାକୁ ଏତେ ଗୁରୁତ୍ୱ ଦେଉଥିବା ଦାବି କରିଛନ୍ତି, ତେବେ ଏଠାରେ ଏତେ ବଡ଼ ଭୁଲ କେମିତି ହେଲା ବୋଲି ବୁଦ୍ଧିଜୀବୀ ପ୍ରଶ୍ନ କରିଛନ୍ତି। କାହା ନିର୍ଦ୍ଦେଶରେ ଏଠାରେ ଇଂରାଜୀ ବୋର୍ଡ ଲାଗିଛି ବୋଲି ପ୍ରଶ୍ନ ଆସୁଛି। ଅନ୍ୟପଟେ ତୁରନ୍ତ ଓଡ଼ିଆରେ ସାଇନ ବୋର୍ଡ ଲେଖିବାକୁ ଦାବି ହୋଇଛି।

Share

Leave a Reply