ଅନୁଗୁଳ: ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ତରଫରୁ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ଛଅ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି। ଏହି ଦାବିଗୁଡ଼ିକ ମଧ୍ୟରେ ଗ୍ରାମ୍ୟ କୃଷି କର୍ମଚାରୀକୁ ପରିବର୍ତ୍ତନ କରି କୃଷି ସମ୍ପ୍ରସାରଣ ଅଧିକାରୀ ପଦବୀ ରଖିବା, ଗ୍ରେଡ଼ ପେକୁ ବୃଦ୍ଧି କରି ୪୨୦୦ କରିବା, ପଦୋନ୍ନତିରେ ପରିବର୍ତ୍ତନ ଆଣି ସର୍ବନିମ୍ନ ୩ ରୁ ୪ ଟି ପଦୋନ୍ନତି ଦେବା, ୨୦୧୩ ପୂର୍ବରୁ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରିରେ ଗଣନା କରି ୬ ଗୋଟି ନୋସନାଲ୍ ଇନକ୍ରିମେଣ୍ଟ ପ୍ରଦାନ କରିବା, ପ୍ରତ୍ୟେକ ବ୍ଲକରେ କାର୍ଯ୍ୟାଳୟ ନିର୍ମାଣ କରିବା ସହିତ କମ୍ୟୁଟର ଓ ମୋବାଇଲ ଖର୍ଚ୍ଚ ପ୍ରଦାନ କରିବା, ଜବ ଚାର୍ଟ ଘୋଷଣା କରିବା।
ସମସ୍ତ ଦାବି ଉପରେ ଆଲୋଚନା କରି ପ୍ରସ୍ତାବଗୁଡ଼ିକୁ ପାରିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଦାବି କରାଯାଇଛି।