ଜିଓ ଗ୍ରାହକଙ୍କୁ ଝଟକା!

୪ ପ୍ରିପେଡ୍ ପ୍ଲାନ୍ ବନ୍ଦ କଲା କମ୍ପାନୀ

0

ଅନୁଗୁଳ: ୟୁଜରଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛି ଜିଓ । ପୁଣି ୪ ଲୋକପ୍ରିୟ ପ୍ଲାନ ବନ୍ଦ କରି ଦେଇଛି ଦେଶର ଅଗ୍ରଣୀ ଏହି ନେଟୱାର୍କ । ଜିଓ ଚଳିତ ମାସ ଆରମ୍ଭରୁ ସମସ୍ତ ଯୋଜନାର ମୂଲ୍ୟ ବୃଦ୍ଧି କରିଛି । ଆଉ ଏହାର କିଛି ଦିନ ବ୍ୟବଧାନରେ କମ୍ପାନୀ ୪ଟି ପ୍ରିପେଡ୍ ପ୍ଲାନକୁ ମଧ୍ୟ ବନ୍ଦ କରିଦେଇଛି । ଅର୍ଥାତ ବର୍ତ୍ତମାନ ଠାରୁ ୪୯୯, ୬୯୯, ୮୮୮ ଏବଂ ୨୪୯୯ ପ୍ଲାନରେ ରିଚାର୍ଜ କରିପାରିବେ ନାହିଁ ଗ୍ରାହକ । କାରଣ ଏହି ପ୍ରିପେଡ୍ ପ୍ଲାନ୍ ଗୁଡିକ ଆଉ ଜିଓ ୱେବସାଇଟରେ ଦେଖିବାକୁ ମିଳୁନାହିଁ । ସେପ୍ଟେମ୍ବର ମାସରେ ଜିଓ ଡିଜନୀ+ହଟଷ୍ଟାର ମୋବାଇଲ୍ ସବସ୍କ୍ରିପସନ୍ ସହିତ ଭାରତରେ ଏହି ଚାରୋଟି ନୂତନ ପ୍ରିପେଡ୍ ପ୍ଲାନ୍ ଆରମ୍ଭ କରିଥିଲା । କିନ୍ତୁ ବର୍ତ୍ତମାନ ଏହି ପ୍ଲାନ୍ ଗୁଡିକ ବଦଳରେ ପରିବର୍ତ୍ତିତ ମୂଲ୍ୟରେ ଜିଓ କିଛି ନୂତନ ଯୋଜନା ଯୋଡିଛି । ତେବେ ନୂଆ ଯୋଜନା ଅନୁସାରେ ପୂର୍ବରୁ ଅଧିକ ଲାଭ ଉଠାଇପାରିବେ ୟୁଜର୍ ।

online coaching

Leave A Reply

Your email address will not be published.