ଅନୁଗୁଳ : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ଆଗମନ ଅବସରରେ ଯୁବ କଂଗ୍ରେସ ନିର୍ବାଚନରେ ବିଜୟୀ ହେଇଥିବା ସମସ୍ତ କର୍ମକର୍ତ୍ତାଙ୍କୁ ଶୁକ୍ରବାର ଅପରାହ୍ନରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନବ-ନିର୍ବାଚିତ ହେଇଥିବା ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ଅଭିଷେକ ନାୟକ (ରାଜା), ଉପ ସଭାପତି ବାପୁନ୍ ଦେହୁରୀ, ଅନୁଗୁଳ ବିଧାନସଭା ସଭାପତି ରାକେଶ ସାହୁ, ଛେଣ୍ଡିପଦା ବିଧାନସଭା ଉପ -ସଭାପତି ଆତିସ ନାୟକ, ଜିଲ୍ଲା ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୋଭିଏତ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, ବରିଷ୍ଠ କଂଗ୍ରେସ ନେତା ଜୟନ୍ତ କୁମାର ସାହୁ, ତପନ ପ୍ରଧାନ, ଦିଗାମ୍ବର ଗଡ଼ନାୟକ, ଧର୍ମେନ୍ଦ୍ର ମିଶ୍ର, ଟିକନ ବେହେରା, ଶିଶିର କୁମାର ପାଳ, ଦିଲୁ ମହାନ୍ତି ଆଦି ବହୁ କଂଗ୍ରେସ ନେତା ଏ ଅବସରରେ ସାମିଲ ହୋଇଥିଲେ।
ପରେ ଜିଲ୍ଲା କଂଗ୍ରେସ ଓବିସି ସେଲ୍ ସଭାପତି ପ୍ରବୋଧ କୁମାର ସ୍ବାଇଁଙ୍କ ନେତୃତ୍ବରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଏକ ବିରାଟ ବାଇକ୍ ଶୋଭାଯାତ୍ରା କରି ସହର ପରିକ୍ରମା କରିଥିଲେ। ପିସିସି ସଭାପତି ଓ ଅନୁଗୁଳ ଜିଲ୍ଲା ଡିସିସି ସଭାପତି ସଂଗ୍ରାମ ମିଶ୍ରଙ୍କୁ ଏକ ବିରାଟ ପଟୁଆରରେ ସର୍କିଟ ହାଉସ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ପରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେଇଥିଲା।