ସୀମା ଟପିଲାଣି ଚେନ୍ ଲୁଟେରାଙ୍କ ଉତ୍ପାତ

ପୁଲିକୁ ଚ୍ୟାଲେଞ୍ଜ, ମୈଦାନରେ ନୂଆ ଲୁଟେରା

0

ଅନୁଗୁଳ: ଅନୁଗୁଳ ଥାନା ଉପରୁ ଚାପ କମିଛି । ଦୁଇ ତୃତୀୟାଂଶ ଇଲାକା ନବଗଠିତ ସଦର ଥାନାରେ ସାମିଲ୍ ହୋଇଛି। ମୁଣ୍ଡରୁ ମାମଲା ବୋଝ ବି ଅନେକ ମାତ୍ରାରେ ହ୍ରାସ ପାଇଛି। ଏହାସତ୍ତ୍ୱେ ଅନୁଗୁଳ ସହରରୁ ଅପରାଧିକ କାର୍ଯ୍ୟକଳାପ କମିବା ବଦଳରେ ହୁ ହୁ ହୋଇ ବଢ଼ିଛି । ପୂର୍ବରୁ ଗାଁ ଗାଁ ଚେନ୍ ଲୁଟ୍‌ପାଟ ହେଉଥିବା ବେଳେ ଗତ ମାସକ ମଧ୍ୟରେ ସହରାଞ୍ଚଳରେ ଚାରି ଚାରିଟା ସୁନା ଚେନ୍ ଲୁଟ୍ ହୋଇଛି । ଦିନ ଦ୍ବିପ୍ରହରରେ ଲୁଟେରା ଆତଙ୍କରାଜ୍ ଖେଳାଇଛନ୍ତି । ପୁଲିସ୍ ଇତିମଧରେ ୪ ଜଣ ଲୁଟେରାଙ୍କୁ କାବୁ କଲାଣି । କିନ୍ତୁ ଏହି ଛିନ୍‌ତାଇକୁ ନିୟନ୍ତ୍ରଣକୁ ଆଣିପାରିନି ।
ମାସକ ମଧ୍ୟରେ ୪ଟି ଚେନ୍‌ ଛିନ୍‌ତାଇ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ଯାହାକି ପୁଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଗତମାସ ୨୩ ତାରିଖରେ କାଲଟାକ୍ସ ଛକ ଠାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଥିଲେ । ହେଲେ ଗତ ୪ ଦିନ ମଧ୍ୟରେ ୩ଟି ଛିନ୍‌ତାଇ ସୀମା ଟପିଛି । ତୁରଙ୍ଗ ଠାରେ ଜଣେ ମହିଳା ଡାକ୍ତରଙ୍କଠାରୁ ଦୁର୍ବୃତ୍ତ ସୁନା ଚେନ୍ ଲୁଟି ନେଇଥିଲେ । ସେହି ଦିନ ଅର୍ଥାତ୍ ୧୬ ତାରିଖ ଅପରାହ୍ନରେ ହେମସୁରପଡ଼ା ଛକରୁ ଜଣେ ମହିଳା ଲୁଟ୍‌ର ଶିକାର ହୋଇଥିଲେ । ସେହିପରି ୧୯ ତାରିଖ ସନ୍ଧ୍ୟାରେ କଲ୍ୟାଣୀ ନର୍ସିଂହୋମ୍ ସାମ୍ନାରୁ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି । ପୁଲିସ୍ ଏହି ୪ଟି ମାମଲାରେ ୩ ଜଣଙ୍କୁ ଗିରଫ କରିଛି । ସମସ୍ତେ ନୂଆ ନୂଆ ଉପାୟରେ ଚେନ୍ ଲୁଟ୍ ଆପଣାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

error: Content is protected !!