ଓଡିଶୀ ନୃତ୍ୟାଙ୍ଗନା ଅନ୍ଵେଷାଙ୍କୁ ମିଳିଲା କନିଷ୍ଠ ବିଭାଗର କେନ୍ଦ୍ର ମେଧାବୃତ୍ତି

0

ଅନୁଗୁଳ : ଅନୁଗୁଳ କ୍ରିତିକା ଡ୍ୟାନସ୍ ଗ୍ୟାଲେରୀ ପକ୍ଷରୁ ହୋଟେଲ ଆଇ. ନମ୍ରା ଠାରେ ଏକ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନର ଛାତ୍ରୀ ଅନ୍ଵେଷା ପ୍ରସାଦ୍ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ନୂଆଦିଲ୍ଲୀର ସି.ସି.ଆର.ଟି (ସେଣ୍ଟର ଫର କଲଚରାଲ୍ ରିସୋର୍ସେସ୍ ଆଣ୍ଡ ଟ୍ରେନିଂ), ପକ୍ଷରୁ ୨୦୨୨-୨୩ ପାଇଁ (କନିଷ୍ଠ ବିଭାଗର) ସ୍କଲାରସିପ୍ ପାଇଥିବାରୁ ତାଙ୍କୁ ଏ ଅବସରରେ ସମ୍ବନ୍ଧିତ କରାଯାଇଥିଲା । ଅନ୍ଵେଷା ପ୍ରସାଦ୍ ଗୁରୁ ଶ୍ରୀ ସୁରେଶ କୁମାର ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ଶିକ୍ଷାଦାନରେ କ୍ରିତିକା ଡ୍ୟାନ୍ସ ଗ୍ୟାଲେରୀରେ ନୃତ୍ୟ ଶିକ୍ଷା କରୁଥିଲେ । ଏଠାରେ ସୂଚନାଯୋଗ୍ୟ ଯେ କ୍ରିତିକା ଡ୍ୟାନ୍ସ ଗ୍ୟାଲେରୀ ପକ୍ଷରୁ ଓଡିଶୀ ନୃତ୍ୟ ଗୁରୁ ପ୍ରଫେସର ଡା. ମନୋଜ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଗତ ୪ ବର୍ଷ.ଧରି ପରିଚାଳିତ ହେଉଛି । ପିତା ଅଜୟ କୁମାର ପ୍ରସାଦ୍ ଏବଂ ମାତା ଶ୍ଵେତପଦ୍ମା ପ୍ରସାଦଙ୍କ କନ୍ୟା ଅନ୍ଵେଷା ଡି.ପି.ଏସ୍ ର ନବମ ଶ୍ରେଣୀ ଛାତ୍ରୀ ଏବଂ ଜଣେ ଦକ୍ଷ ଓଡିଶୀ ନୃତ୍ୟାଙ୍ଗନା ହୋଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏଣୁ ଜନସାଧାରଣଙ୍କର ତରଫରୁ ଅଭିନନ୍ଦନ ତଥା ଶୁଭେଚ୍ଛା ମିଳୁଥିବାର

ଜଣାଯାଉଛି ।

Leave A Reply

Your email address will not be published.

error: Content is protected !!