ଅନୁଗୁଳ: ୨୦୨୧-୨୨ ମସିହା ପାଇଁ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସିସିଆର୍ଟି ସ୍କଲାରସିପ ତାଲିକାରେ ଓଡ଼ିଶାର ୧୪ ଜଣ ଛାତ୍ର ଛାତ୍ରୀ ସ୍ଥାନ ପାଇଛନ୍ତି।ସେମାନଙ୍କ ମଧ୍ୟରେ ଅନୁଗୁଳ ନୃତ୍ୟନିଳୟ ର ଛାତ୍ରୀ ଲାବନ୍ୟା ପ୍ରସାଦ ଦାଶ୍ ଅନ୍ୟତମ। ଲାବନ୍ୟା ତିନିବର୍ଷ ବୟସରୁ ନୃତ୍ୟନିଳୟର ଗୁରୁ ସ୍ୱପ୍ନାରାଣୀ ସିହ୍ନାଙ୍କ ଠାରୁ ଓଡିଶୀ ନୃତ୍ୟରେ ତାଲିମ ନେଉଥିଲେ।ଶିକ୍ଷକପଡା ଷ୍ଟେସନ ରୋଡ଼ରେ ରହୁଥିବା ପ୍ରଫୁଲ ଦାଶ୍ ଙ୍କ କନ୍ୟା ଲାବନ୍ୟା ଓଡିଶୀ ନୃତ୍ୟରେ ଉତ୍କର୍ଷତା ହାସଲ ପାଇଁ ସ୍ୱପ୍ନ ଦେଖିଛନ୍ତି। କେନ୍ଦ୍ର ସରକାରଙ୍କ ସିସିଆର୍ଟି ସ୍କଲାରସିପ ପାଇଥିବାରୁ ନୃତ୍ୟନିଳୟ ପକ୍ଷରୁ ତାଙ୍କୁ ଅଭିନନ୍ଦନ ପ୍ରଦାନ କରାଯାଇଛି।
ନୃତ୍ୟ ନିଳୟ ଛାତ୍ରୀଙ୍କୁ ଓଡିଶୀ ସ୍କଲାରସିପ
- Post published:May 31, 2023
- Post category:ପ୍ରତିଭା ଓ ବ୍ୟକ୍ତିତ୍ୱ
- Post comments:0 Comments
- Post author:Biswaranjan Pattnaik

Tags: Angul