ଓଡିଶୀ ନୃତ୍ୟ କର୍ମଶାଳା ଉଦଯାପିତ

You are currently viewing ଓଡିଶୀ ନୃତ୍ୟ କର୍ମଶାଳା ଉଦଯାପିତ

ଅନୁଗୁଳ: ଅନୁଗୁଳ ଟାଉନ ହଲରେ ପାଞ୍ଚ ଦିନ ଧରି ଆୟୋଜିତ ହେଉଥିବା ଓଡିଶୀ ନୃତ୍ୟ କର୍ମଶାଳା ଦୀକ୍ଷାଶାଳା ଗୁରୁବାର ଉଦଯାପିତ ହୋଇଯାଇଛି। ଏହି ସମାରୋହରେ ଅନୁଗୁଳ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଓଡିଶୀ ନୃତ୍ୟ ପାଇଁ ଆମ ରାଜ୍ୟ ପୃଥିବୀରେ ଖ୍ୟାତି ଲାଭ କରିଥିବା ପ୍ରକାଶ କରିଥିଲେ। ସମ୍ମ।ନିତ ଅତିଥି ରୂପେ ଅବସରପ୍ରାପ୍ତ ଜିଲ୍ଲାପାଳ ହେମନ୍ତ ଦାଶ, କଳାକାର ସଭାପତି ଭୁପେଶ ଚନ୍ଦ୍ର ପ୍ରଧାନ,ନୃତ୍ୟ ଗୁରୁ ଅନିତା ସିଂହଦେଓ, ଗ୍ରନ୍ଥାଗାରିକ ଲଷ୍ମୀପ୍ରସାଦ ଦ୍ବିବେଦୀ ପ୍ରମୁଖ ଯୋଗ ଦେଇ ନୃତ୍ୟନିଳୟ ଦ୍ୱାରା ଆୟୋଜିତ କର୍ମଶାଳାକୁ ପ୍ରଶଂସା କରିଥିଲେ।

ସ୍ୱପ୍ନା ରାଣୀ ସିହ୍ନାଙ୍କ ସଂଯୋଜନା ଓ ଗୁରୁ ନିରଞ୍ଜନ ରାଉତଙ୍କ ମାର୍ଗ ଦର୍ଶନରେ କର୍ମଶାଳା ଆୟୋଜିତ ହୋଇଥିଲା। ଯଜ୍ଞ ରାୟ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ନୃତ୍ୟ ନୀଳୟର କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

Share

Leave a Reply