କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଅଫ୍ ସ୍ପିନର ଆର ଅଶ୍ୱିନ

You are currently viewing କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଅଫ୍ ସ୍ପିନର ଆର ଅଶ୍ୱିନ

ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କହିଛନ୍ତି ଅଫ୍ ସ୍ପିନର ଆର ଅଶ୍ୱିନ। ସମସ୍ତ ଫର୍ମାଟରୁ ଘୋଷଣା କରିଛନ୍ତି ଅବସର। ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଡ୍ର ହେବା ପରେ ଅଶ୍ବିନଙ୍କ ଏହି ଘୋଷଣା ସାମ୍ନାକୁ ଆସିଛି।

ଏନେଇ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ରୋହିତ ଶର୍ମା ନିଶ୍ଚିତ କରିଛନ୍ତି ଯେ ଆର ଅଶ୍ୱିନ ସିରିଜର ଅବଶିଷ୍ଟ ସମୟ ପାଇଁ ଦଳ ସହ ରହିବେ ନାହିଁ। ସେ ଆସନ୍ତାକାଲି (ଡିସେମ୍ବର ୧୯)ରେ ଭାରତ ଫେରିବେ।

ଅବସର ଘୋଷଣା କରି ଅଶ୍ବିନ କହିଛନ୍ତି, ‘‘ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ଫର୍ମାଟର ଖେଳରେ ଏହା ମୋର ଶେଷ ଦିନ ହେବ। ମୁଁ ଅନୁଭବ କରୁଛି ଯାହା ବି ଟିକେ ମୋ ଭିତରେ ବାକି ରହିଯାଇଛି ମୁଁ ତାହାକୁ କ୍ଲବ୍‌ ସ୍ତରୀୟ କ୍ରିକେଟ୍‌ରେ ପୂରା କରିବି। ଏହା ମୋର ଶେଷ ଦିନ। ମୁଁ ବହୁତ ମଜାର ଦିନଗୁଡ଼ିକ କାଟିଛି। ରୋହିିତ ଓ ଅନ୍ୟ ଟିମ୍‌ମେଟ୍‌ସଙ୍କ ସହ ମୋର ଅନେକ ସ୍ମୃତି ରହିଛି। ସମସ୍ତଙ୍କୁ ଧନ୍ୟବାଦ ଦେଉଛି।’’

Share

Leave a Reply