ଓଆଇଏସଏଫର ଡେପୁଟି କମାଣ୍ଡାଣ୍ଟ ସୁଶାନ୍ତ କୁମାର ଦାସଙ୍କ ପରଲୋକ, ଡେଙ୍ଗୁରେ ଥିଲେ ପୀଡ଼ିତ

You are currently viewing ଓଆଇଏସଏଫର ଡେପୁଟି କମାଣ୍ଡାଣ୍ଟ ସୁଶାନ୍ତ କୁମାର ଦାସଙ୍କ ପରଲୋକ, ଡେଙ୍ଗୁରେ ଥିଲେ ପୀଡ଼ିତ

ଅନୁଗୁଳ: ଭୁବନେଶ୍ୱରରେ ଅବସ୍ଥାପିତ ଓଆଇଏସଏଫ (ଓଡିଶା ଇଣ୍ଡଷ୍ଟ୍ରିଆଲ ସିକ୍ଯୁରିଟି ଫୋର୍ସ)ର ଡେପୁଟି କମାଣ୍ଡାଣ୍ଟ ସୁଶାନ୍ତ କୁମାର ଦାସଙ୍କର ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ସେ ଡେଙ୍ଗୁ ଜ୍ୱରରେ ପୀଡିତ ଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ସୁଶାନ୍ତ ହେଉଛନ୍ତି ଅନୁଗୁଳ ତୁରଙ୍ଗ ଗ୍ରାମର ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶେଷଦେବ ଦାସଙ୍କ ସାନ ପୁଅ। ସୁଶାନ୍ତ ଅନୁଗୁଳରେ ହିଁ ପଢ଼ା ଶେଷ କରିଥିଲେ। ସେ ସ୍ଥାନୀୟ ପିଟିସି ହାଇସ୍କୁଲ ଓ ଅନୁଗୁଳ କଲେଜରେ ଉଚ୍ଚ ଶିକ୍ଷା ଶେଷ କରିଥିଲେ। ସୁଶାନ୍ତ ଅତ୍ୟନ୍ତ ମେଳାପୀ ସ୍ଵଭାବର ଥିଲେ। ତାଙ୍କ ମୃତ୍ୟୁରେ ପୋଲିସ ବିଭାଗରେ ଶୋକର ଛାୟା ଖେଳି ଯାଇଛି।

Share

Leave a Reply