ଅନୁଗୁଳ: ଜରପଡ଼ା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ମରାତିରା ନିକଟରେ ଆଜି ସକାଳେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ମୁଳିଆ ସାହୁ ବୋଲି ଜଣାଯାଇଛି।
ଖବର ପାଇ ଘଟଣାସ୍ଥଳରେ ମୃତକଙ୍କ ସମ୍ପର୍କୀୟ ପହଞ୍ଚି କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ। ଫଳରେ ପ୍ରାୟ ୩ ଘଣ୍ଟା ଧରି ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ଜରପଡ଼ା ପୋଲିସ ପହଞ୍ଚି ବୁଝାସୁଝା କରିବା ସହ ସରକାରୀ ନିୟମ ଅନୁଯାୟୀ କ୍ଷତିପୂରଣ ପ୍ରଦାନ ନିମନ୍ତେ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କଲେ ରାସ୍ତାରୋକ କଲେ ଅଞ୍ଚଳବାସୀ
