ଦୁର୍ଘଟଣା ନେଇ ଜଣାଇବା ପରେ ବି ଆସିଲାନି ଆମ୍ବୁଲାନ୍ସ, ଛଟପଟ ହୋଇ ଚାଲିଗଲା ବୃଦ୍ଧଙ୍କ ଜୀବନ; ଶେଷକୃତ୍ୟ କଲେ ସମାଜସେବୀ

0

ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳ ୫୫ନମ୍ବର ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ପଥଚାରୀ ହେଲେ ବଅଁରପାଳ ତଳସାହିର ରବୀନ୍ଦ୍ର ବାରିକ।

ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ଭୋର୍ ପ୍ରାୟ ୪ ଟାରେ ଏକ ଅଜଣା ଗାଡି ଧକ୍କାରେ ରବୀନ୍ଦ୍ର ଗୁରୁତର ହୋଇ ରାସ୍ତା ପାର୍ଶ୍ଵରେ ପଡି ରହିଥିଲେ। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ପହଞ୍ଚି ପାରିନଥିଲା। ପ୍ରାୟ ୨ ଘଣ୍ଟା ପରେ ବଅଁରପାଳ ପୋଲିସ ପହଞ୍ଚି ଏକ ଅଟୋରେ ରବୀନ୍ଦ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରବୀନ୍ଦ୍ରଙ୍କ ମୃତ୍ୟୁ ଘଟିଛି। ରବୀନ୍ଦ୍ରଙ୍କ ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ଶେଷକୃତ୍ୟ ପାଇଁ ଚିକିତ୍ସାଳୟ ପକ୍ଷରୁ ସମାଜସେବୀ ଚିନ୍ମୟୀ ଦାସଙ୍କୁ ଯୋଗାଯୋଗ କରାଯାଇଥିଲା। ସମାଜସେବୀ ଚିନ୍ମୟୀ, ସାମ୍ବାଦିକ ସୁଧାକର ସାହୁ ଓ ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ପହଞ୍ଚି ମୃତଦେହକୁ କରଡ଼ଗାଡ଼ିଆ ଶ୍ମଶାନକୁ ନେଇ ପରିବାର ଲୋକଙ୍କ ଉପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରିଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!