ହୋଟେଲ ନିକଟରେ ବୃଦ୍ଧଙ୍କ ମୃତ୍ୟୁ, ୪ ଦିନ ତଳେ ଗାଡ଼ି ଧକ୍କାରେ ହୋଇଥିଲେ ଆହତ

You are currently viewing ହୋଟେଲ ନିକଟରେ ବୃଦ୍ଧଙ୍କ ମୃତ୍ୟୁ, ୪ ଦିନ ତଳେ ଗାଡ଼ି ଧକ୍କାରେ ହୋଇଥିଲେ ଆହତ

ଅନୁଗୁଳ: ବନ୍ତଳା ଥାନା ଅଞ୍ଚଳର ଏକ ହୋଟେଲ ନିକଟରେ ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ଏହି ବ୍ୟକ୍ତି ୪ ଦିନ ତଳେ ଗାଡ଼ି ଧକ୍କାରେ ଆହତ ହୋଇଥିବା ବେଳେ ଆଜି ପ୍ରାଣ ହରାଇଛନ୍ତି। ଖବର ପାଇ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। କିନ୍ତୁ ମୃତକଙ୍କ ପରିବାରର କେହି ପହଞ୍ଚି ନଥିବାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ଶବ ସେଠାରେ ହିଁ ପଡ଼ି ରହିଛି।

ସୂଚନା ମୁତାବକ, ବନ୍ତଳା ଥାନା ଶଙ୍ଖପୁର ଗାଁର ବିହାରୀ ଗୋଛାୟତ(୫୧) ଚାରି ଦିନ ପୂର୍ବରୁ ଏକ ଗାଡ଼ି ଧକ୍କାରେ ଆହତ ହୋଇଥିଲେ। ଆଜି ସେ ବନ୍ତଳା ବଜାରରେ ଥିବା ଏକ ହୋଟେଲ ପାଖକୁ ଯାଇଥିବା ବେଳେ ସେଠାରେ ପଡିଯାଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଥିଲା।ଖବର ପାଇ ବନ୍ତଳା ପୋଲିସ ସେଠାରେ ପହଞ୍ଚିଛି। କିନ୍ତୁ ମୃତ ବିହାରୀଙ୍କ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ନଥିବାରୁ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ପାରିନାହିଁ।

Share

Leave a Reply