ଗାଧୋଇବାକୁ ଯାଇଥିବା ଯୁବତୀଙ୍କୁ ଟେକି ନେଇ ଦୁଷ୍କର୍ମ: ବୃଦ୍ଧଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

You are currently viewing ଗାଧୋଇବାକୁ ଯାଇଥିବା ଯୁବତୀଙ୍କୁ ଟେକି ନେଇ ଦୁଷ୍କର୍ମ: ବୃଦ୍ଧଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଦୁଷ୍କର୍ମକାରୀକୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଫାଷ୍ଟଟ୍ରାକ୍ଟ କୋର୍ଟ। ଅଭିଯୁକ୍ତ ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡା ଗ୍ରାମର ବଂଶୀ ନାଏକ (୫୦)କୁ ଏହି ଦଣ୍ଡାଦେଶ ହୋଇଛି।

ସୂଚନା ମୁତାବକ, ୧୬. ୧୧. ୨୦୧୮ଦିନ ଛେଣ୍ଡିପଦା ଅଞ୍ଚଳର ଜଣେ ଯୁବତୀ ନିକଟସ୍ଥ ନଈକୁ ଗାଧୋଇବାକୁ ଯାଇ ଫେରୁଥିବା ବେଳେ ବଂଶୀ ତାଙ୍କୁ ପାଟି ବନ୍ଦ କରି ନିକଟସ୍ଥ ନଟି ବୁଦା ମୂଳକ ଟେକି ନେଇ ଦୁଷ୍କର୍ମ କରିଥିଲା। ଏସମ୍ପର୍କ ରେ କାହାକୁ କିଛି ଜଣାଇଲେ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଇଥିଲା। ଘଟଣା ଘଟିବାର ତିନି ମାସ ପରେ ଯୁବତୀ ଗର୍ଭବତୀ ହୋଇଥିଲେ। ଏ ନେଇ ଘରେ ଜଣାଇବା ପରେ ୨୧. ୦୩. ୨୦୧୯ରେ ଛେଣ୍ଡିପଦା ଥାନାରେ ଲିଖିତ ଏତଲା ଦେଇଥିଲେ। ପୋଲିସ ସେତେବେଳେ ଅଭିଯୁକ୍ତ ବଂଶୀ ନାଏକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

କିନ୍ତୁ ସୋମବାର ଅତିରିକ୍ତ ଜିଲ୍ଲା ଓ ସେସନ ଜଜ ଫାଷ୍ଟ ଟ୍ରାକ୍ଟ କୋର୍ଟ ଜଜ ବିରଞ୍ଚି ନାରାୟଣ ମିଶ୍ର ୯ଜଣ ସାକ୍ଷୀ ପ୍ରମାଣ ଆଧାରରେ ଅଭିଯୁକ୍ତ ବଂଶୀ ନାଏକ କୁ ୨୦ବର୍ଷ ସଶ୍ରମକାରାଦଣ୍ଡରେ ଦଣ୍ଡିତ କରିବା ସହ ୫୦ହଜାର ଟଙ୍କା ଜୋରିମାନା ଆଦେଶ କରିଛନ୍ତି। ଜୋରିମାନା ଅନାଦେୟ ଅଧିକ ଏକ ବର୍ଷ ଜେଲଦଣ୍ଡ ଶୁଣାଣି କରିଛନ୍ତି। ଏଥିସହ ପୀଡ଼ିତାକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ଅର୍ଥ ରାଶି ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି।

ସରକାରଙ୍କ ପକ୍ଷରୁ ଆଡିସନାଲ ପିପି ପ୍ରଦୀପ କୁମାର ଭୂତିଆ ପରିଚାଳନା କରୁଥିଲେ।

Share

Leave a Reply