ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଇଲାକାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ୬୫ ବର୍ଷର ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ଗିରଫ କରିଛି ପୁଲିସ। ସୂଚନା ମୁତାବକ, ସୋମବାର ସକାଳ ୯ଟାରେ ୧୦ ବର୍ଷର ଜଣେ ନାବାଳିକା ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯାଉଥିଲେ। ଏହି ସମୟରେ ଗାଁର ଋଷି ନାଏକ(୬୫) ନାମକ ଜଣେ ବୃଦ୍ଧ ନାବାଳିକାଙ୍କୁ ରାସ୍ତାରେ ଅଟକାଇ କହିଲେ ତୋ ମା’ ଡାକୁଛି ଆସ। ନାବାଳିକା ମନା କରିବାରୁ ଋଷି ନାବାଳିକାଙ୍କୁ ଯୋର ଜବର ଟାଣିଟାଣି ଘର ଭିତରକୁ ନେଇ କବାଟ ବନ୍ଦକରି ଦୁଷ୍କ୍ମର୍ମ କରିବାକୁ ଉଦ୍ୟମ କରିଥିଲା। ନାବାଳିକା ପାଟି କରିବାରୁ ପାଖରେ ଥିବା ନାବାଳିକାଙ୍କ ବଡ଼ବାପା ଝିଅ ସେଠାରେ ପହଞ୍ଚି ପାଟିକରିଥିଲା। ପାଟି ଶୁଣି ପାଖରେ ଥିବା ଜଣେ ବ୍ୟକ୍ତି କବାଟ ଭାଙ୍ଗି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏ ନେଇ ନାବାଳିକାଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ମଙ୍ଗଳବାର ଋଷିଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକରି ବୃଦ୍ଧ ଗିରଫ
- Post published:June 28, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
