ପରିତ୍ୟକ୍ତ କୂଅରୁ ମିଳିଲା ବୃଦ୍ଧାଙ୍କ ମୃତ ଦେହ, ଦୁଇ ଦିନ ହେଲା ଥିଲେ ନିଖୋଜ

You are currently viewing ପରିତ୍ୟକ୍ତ କୂଅରୁ ମିଳିଲା ବୃଦ୍ଧାଙ୍କ ମୃତ ଦେହ, ଦୁଇ ଦିନ ହେଲା ଥିଲେ ନିଖୋଜ
The dead woman's body. Focus on hand

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ବଡ଼କେରଜାଙ୍ଗ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ ଜଣେ ବୃଦ୍ଧାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବଡ଼କେରଜାଙ୍ଗ ଗ୍ରାମର ଅପନା ନାଏକ (୬୫)।

ସୂଚନା ମୁତାବକ, ବଡ଼କେରଜାଙ୍ଗ ଗ୍ରାମର ଅପନା ନାଏକ ନିଖୋଜ ଥିବା ନେଇ ଗତ ୧୯ ତାରିଖ ଦିନ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ସୋମବାର ବୃଦ୍ଧାଙ୍କ ବାଡ଼ିପଛପଟେ ଥିବା ଏକ ପରିତ୍ୟକ୍ତ କୂଅରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଘର ଲୋକ ନିଶା ଶିଳ୍ପାଞ୍ଚଳ ଥାନାରେ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ନିଶା ଶିଳ୍ପାଞ୍ଚଳ ଥାନା ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

Share

Leave a Reply