୨୦ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଓଏଭି ଶିକ୍ଷକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

You are currently viewing ୨୦ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଓଏଭି ଶିକ୍ଷକ ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ

ଅନୁଗୁଳ: ଆଜି ୨୦ ଦଫା ଦାବି ନେଇ ଅନୁଗୁଳ ଜିଲ୍ଲା ଓଏଭି ଶିକ୍ଷକ ସଂଘ ତରଫରୁ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ରରେ ରାଜ୍ୟର ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ଭଳି ଆଦର୍ଶ ବିଦ୍ୟାଳୟର ଶିକ୍ଷକମାନଙ୍କୁ ମଧ୍ୟ ଏଚ.ଆର.ଏମ.ଏସ. ଏବଂ ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦରମା ପ୍ରଦାନ କରାଯିବାର ଦାବି ଉପସ୍ଥାପନ କରାଯାଇଛି।

ଦୁଃଖର କଥା ହେଉଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଚାକିରି କରିବାର ଦୀର୍ଘ ୭ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସେମାନଙ୍କୁ ଏଚ.ଆର.ଏମ.ଏସ. କିମ୍ବା ଟ୍ରେଜେରୀ ଚାଲାଣ ମାଧ୍ୟମରେ ଦରମା ଦିଆଯାଇନାହିଁ। ଏଥିସହ ତାଙ୍କର କୌଣସି ଷ୍ଟେଟ୍ କ୍ୟାଡର ରୁଲ୍ ମଧ୍ୟ ଲାଗୁ ହୋଇନାହିଁ ଏବଂ ସରକାରଙ୍କ ଦ୍ବାରା ଉପଲବ୍ଧ ଚାକିରି ସମ୍ବନ୍ଧୀୟ ଅନ୍ୟାନ୍ୟ କୌଣସି ବି ସେବା କିମ୍ବା ସୁବିଧା ଆଜି ପର୍ଯ୍ୟନ୍ତ ସେମାନେ ପାଇପାରିନାହାନ୍ତି। ଦାବିପତ୍ର ମାଧ୍ୟମରେ ସେମାନେ ଉପରୋକ୍ତ ସମସ୍ୟା ଗୁଡ଼ିକର ତ୍ୱରିତ ସମାଧାନ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।

ଦାବିପତ୍ର ପ୍ରଦାନ ବେଳେ ଶିକ୍ଷକ ସଂଘର ସଭାପତି ରାଧାମୋହନ ପୂଜାହାରୀ, ସମ୍ପାଦକ ରାକେଶ ପାଣି, ଯୁଗ୍ମ ସମ୍ପାଦକ ଦୀପକ ନାୟକ, କୋଷାଧ୍ୟକ୍ଷ ମନୋରଞ୍ଜନ ଦୀକ୍ଷିତ, ରାଜ୍ୟ ଇସି ମେମ୍ବର ଅମଳେନ୍ଦୁ ପଣ୍ଡା ତଥା ବିଭିନ୍ନ ଓଏଭିର ସ୍କୁଲ୍ ପ୍ରତିନିଧି ଉପସ୍ଥିତ ଥିଲେ।

Share

Leave a Reply