ଶେଷ ଦିନରେ ୨୬୨୯ ଜଣଙ୍କ ନାମାଙ୍କନପତ୍ର ଦାଖଲ

0

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଶୁକ୍ରବାର ଶେଷ ଦିନରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପାଇଁ ୨୬୨୯ ଜଣ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲ୍ଲାରେ ୧୮୨୧ ଜଣ ୱାର୍ଡ ସଭ୍ୟ, ୩୭୪ ଜଣ ସରପଞ୍ଚ, ୩୭୭ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୫୭ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ଅନୁଗୁଳ ବ୍ଲକରେ ୨୦୦ ଜଣ ୱାର୍ଡ ସଭ୍ୟ, ୪୯ ଜଣ ସରପଞ୍ଚ, ୪୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୧୧ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବଅଁରପାଳ ବ୍ଲକରେ ୩୩୩ ଜଣ ୱାର୍ଡ ସଭ୍ୟ, ୫୯ ଜଣ ସରପଞ୍ଚ, ୭୪ ଜଣ ସମିତି ସଭ୍ୟ ଓ ୮ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛେଣ୍ଡିପଦା ବ୍ଲକରେ ୨୫୪ ଜଣ ୱାର୍ଡ଼ ସଭ୍ୟ, ୫୭ ଜଣ ସରପଞ୍ଚ, ୪୬ ଜଣ ସମିତି ସଭ୍ୟ ଓ ୫ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଳଚେର ବ୍ଲକରେ ୨୦୧ ଜଣ ୱାର୍ଡ ସଭ୍ୟ, ୩୯ ଜଣ ସରପଞ୍ଚ, ୪୪ ଜଣ ସମିତି ସଭ୍ୟ ଓ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଣିହାଁ ବ୍ଲକରେ ୨୧୧ ଜଣ ୱାର୍ଡ ସଭ୍ୟ, ୫୧ ଜଣ ସରପଞ୍ଚ, ୪୫ ଜଣ ସମିତି ସଭ୍ୟ ଓ ୪ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଠମଲ୍ଲିକ ବ୍ଲକରେ ୨୧୭ ୱାର୍ଡ ସଭ୍ୟ, ୩୮ ସରପଞ୍ଚ, ୪୦ ଜଣ ସମିତି ସଭ୍ୟ ଓ ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିଶୋରନଗର ବ୍ଲକରେ ୧୫୩ ଜଣ ୱାର୍ଡ଼ ସଭ୍ୟ, ୩୫ ଜଣ ସରପଞ୍ଚ, ୨୫ ଜଣ ସମିତି ସଭ୍ୟ ଓ ୫ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିଭଳି ପାଲଲହଡ଼ା ବ୍ଲକରେ ୨୫୨ ଜଣ ୱାର୍ଡ ସଭ୍ୟ, ୪୬ ଜଣ ସରପଞ୍ଚ, ୫୭ ଜଣ ସମିତି ସଭ୍ୟ ଓ ୧୨ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.

error: Content is protected !!