ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ କଂଗ୍ରେସ କରୁଛି ୭୫ କିମି ପଦଯାତ୍ରା, କାଲି ହେବ ପ୍ରସ୍ତୁତି ବୈଠକ

You are currently viewing ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ କଂଗ୍ରେସ କରୁଛି ୭୫ କିମି ପଦଯାତ୍ରା, କାଲି ହେବ ପ୍ରସ୍ତୁତି ବୈଠକ

ଅନୁଗୁଳ: ସ୍ୱାଧୀନତାର ୭୫ ତମ ପୂର୍ତ୍ତି ଅବସରରେ କଂଗ୍ରେସ ପକ୍ଷରୁ ୭୫ କିମି ପଦଯାତ୍ରା ଅନୁଷ୍ଠିତ ହେଉଛି। ଏଣୁ ନବସଙ୍କଳ୍ପ ଶିବିର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଅଗଷ୍ଟ ୯ ତାରିଖ ରୁ ଭାରତ ବର୍ଷ ର ସମସ୍ତ ଜିଲ୍ଲାରେ କଂଗ୍ରେସ ଦଳ ତରଫରୁ ପଦଯାତ୍ରା ଅନୁଷ୍ଠିତ ହେବ। ଏ ଅବସରରେ ଅନୁଗୁଳରେ ମଧ୍ୟ ପଦଯାତ୍ରା ହେବ।

ଏଥିପାଇଁ ଆସନ୍ତା କାଲି ସ୍ଥାନୀୟ କଂଗ୍ରେସ ଭବନରେ ଅନୁଗୁଳ ଜିଲ୍ଲା ପ୍ରଭାରୀ ଜୟନ୍ତ କୁମାର ମହାନ୍ତିଙ୍କ ଉପସ୍ଥିତିରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ସମସ୍ତ କଂଗ୍ରେସ ପ୍ରେମୀଙ୍କୁ ଯୋଗ ଦେବା ପାଇଁ ଜିଲ୍ଲା କଂଗ୍ରେସ କମିଟି ସଭାପତି ବିପ୍ଳବ ଜେନା ଅନୁରୋଧ କରିଛନ୍ତି।

Share

Leave a Reply