ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ମଙ୍ଗଳବାର ୩ୟ ଦିନରେ ତ୍ରିସ୍ତରୀୟ ପଞ୍ଚୟତ ନିବର୍ବାଚନ ପ।ଇଁ ୨୨୮୫ ଜଣ ପ୍ରାର୍ଥିଙ୍କ ନାମାଙ୍କନପତ୍ର ଦାଖଲ ହୋଇଛି। ଜିଲ୍ଲାରେ ୧୬୮୪ ଜଣ ୱାର୍ଡ ସଭ୍ୟ, ୩୫୫ ଜଣ ସରପଞ୍ଚ, ୨୦୮ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୩୮ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେଥିମଧ୍ୟରୁ ଅନୁଗୁଳ ବ୍ଲକ୍ରେ ୩୧୪ ଜଣ ୱାର୍ଡ ସଭ୍ୟ, ୫୦ ଜଣ ସରପଞ୍ଚ, ୩୨ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବଅଁରପାଳ ବ୍ଲକ୍ରେ ୨୩୩ ଜଣ ୱାର୍ଡ ସଭ୍ୟ, ୫୮ ଜଣ ସରପଞ୍ଚ, ୨୩ ଜଣ ସମିତି ସଭ୍ୟ ଓ ଜଣେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛେଣ୍ଡିପଦା ବ୍ଲକ୍ରେ ୨୯୪ ଜଣ ୱାର୍ଡ଼ ସଭ୍ୟ, ୪୦ ଜଣ ସରପଞ୍ଚ, ୨୮ ଜଣ ସମିତି ସଭ୍ୟ ଓ ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ତାଳଚେର ବ୍ଲକ୍ରେ ୧୨୩ ଜଣ ୱାର୍ଡ ସଭ୍ୟ, ୩୧ ଜଣ ସରପଞ୍ଚ, ୧୭ ଜଣ ସମିତି ସଭ୍ୟ ଓ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଣିହାଁ ବ୍ଲକ୍ରେ ୨୫୭ ଜଣ ୱାର୍ଡ ସଭ୍ୟ, ୪୧ ଜଣ ସରପଞ୍ଚ, ୨୯ ଜଣ ସମିତି ସଭ୍ୟ ଓ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଠମଲ୍ଲିକ ବ୍ଲକ୍ରେ ୧୬୩ ୱାର୍ଡ ସଭ୍ୟ, ୩୪ ସରପଞ୍ଚ, ୨୫ ଜଣ ସମିତି ସଭ୍ୟ ଓ ୫ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିଶୋରନଗର ବ୍ଲକ୍ରେ ୧୪୬ ଜଣ ୱାର୍ଡ଼ ସଭ୍ୟ, ୫୨ ଜଣ ସରପଞ୍ଚ, ୩୩ ଜଣ ସମିତି ସଭ୍ୟ ଓ ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିଭଳି ପାଲଲହଡ଼ା ବ୍ଲକ୍ରେ ୧୫୪ ଜଣ ୱାର୍ଡ ସଭ୍ୟ, ୪୯ ଜଣ ସରପଞ୍ଚ, ୨୧ ଜଣ ସମିତି ସଭ୍ୟ ଓ ୫ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।
1
f600b249-5c54-442c-a949-d6bc81000fab