କରୋନା କୋପ, ଏଥର ବି ପରଦା ପଛରେ ମହାସ୍ନାନ!

0

ଅନୁଗୁଳ: କମୁନି କରୋନା କଷଣ । ଭୂତାଣୁ ଭୟରେ ବନ୍ଦ ହୋଇରହିଛି ଧର୍ମାନୁଷ୍ଠାନ। ଭକ୍ତ ଓ ଭଗବାନ ମଧ୍ୟରେ ଝୁଲୁଛି ତାଲା। ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ମନା। ଗତବର୍ଷ କରୋନା ମାଡ଼ରେ ଉଡିଯାଇଥିଲା ପାର୍ବଣ ମହକ। ବିଶ୍ବନିୟନ୍ତା ଶ୍ରୀଜଗନ୍ନାଥଙ୍କ ସମସ୍ତ ନୀତିକାନ୍ତି ହୋଇଥିଲା ବିନା ଭକ୍ତରେ । ଶୈଳଶ୍ରୀକ୍ଷେତ୍ର ଅନୁଗୁଳରେ ସ୍ନାନଯାତ୍ରାଠୁ ନେଇ ଘୋଷଯାତ୍ରା ପର୍ଯ୍ୟନ୍ତ, ସବୁକିଛି ସମ୍ପନ୍ନ ହୋଇଥିଲା ପରଦା ପଛରେ। ଦାରୁଦିଅଁଙ୍କ ନବଯୌବନ ଦର୍ଶନଠୁ ନେଇ ସୁନାବେଶ ଓ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହୋଇ ଝୁରିଥିଲା ଭକ୍ତମନ।ଗତବର୍ଷ ଭଳି ଏବର୍ଷ ମଧ୍ୟ ଲାଗି ରହିଛି କରୋନା କଟକଣା । ସଂକ୍ରମଣ କମୁନଥିବାରୁ ସିଂହଦ୍ଵାରରେ ଶିକୁଳି ପଡ଼ିଛି । ଚତୁର୍ଦ୍ଧାମୂର୍ତିଙ୍କ ବାହାର ଚନ୍ଦନ ଇତି ମଧ୍ୟରେ ଶେଷ ହୋଇଛି। ଶନିବାରଠୁ ଆରମ୍ଭ ହୋଇଛି ଭିତର ଚନ୍ଦନ। ବିନା ଭକ୍ତରେ ସମସ୍ତ ନୀତିକାନ୍ତି ଚାଲିଥିବା ବେଳେ ଆଗାମୀ ସ୍ନାନଯାତ୍ରା ପାଇଁ ମନ୍ଦିର ପରିଚାଳନା କମିଟି ପ୍ରସ୍ତୁତି ଆରମ୍ଭ କରିଛି । ବିନା ଭକ୍ତରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା । ସ୍ନାନ ମଣ୍ଡପରେ ଭିଡ଼ାଯିବ ପରଦା ।ପରଦା ପଛରେ ମହାସ୍ନାନ କରିବେ ମହାପ୍ରଭୁ । ଚଳିତ ମାସ ୨୪ ତାରିଖରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା। କରୋନା କଟକଣା ପାଇଁ ଏଥର ମଧ୍ୟ ସୀମିତ ସଂଖ୍ୟକ ସେବାୟତରେ ମହାପ୍ରଭୁଙ୍କ ସମସ୍ତ ନୀତିକାତି ସମ୍ପନ୍ନ ହେବ । କୋଭିଡ୍ ଗାଇଡ୍‌ଲାଇନ୍‌ ଅନୁସାରେ ମହାପ୍ରଭୁଙ୍କ ପ୍ରତିଟି ନୀତିକାନ୍ତି ପାଳନ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

online coaching

Leave A Reply

Your email address will not be published.