ପୁଣିଥରେ ରାସ୍ତାରେ ଝୁମିବେ ଅନୁଗୁଳବାସୀ, ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ‘ରାହାଗିରି’

You are currently viewing ପୁଣିଥରେ ରାସ୍ତାରେ ଝୁମିବେ ଅନୁଗୁଳବାସୀ, ଉତ୍କଳ ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସରେ ଆୟୋଜିତ ହେଉଛି ‘ରାହାଗିରି’

ଅନୁଗୁଳ: ପୁଣିଥରେ ଅନୁଗୁଳରେ ଆରମ୍ଭ ହେଉଛି ରାହାଗିରି। ଏବେ ପୁଣିଥରେ ରାସ୍ତା ଉପରେ ନାଚ, ଗୀତ, ଖେଳର ଆସର ଜମିବ। ଆଉ ଚାଲିବ ମନୋରଞ୍ଜନ। ଝୁମିବେ ଅନୁଗୁଳ ବାସିନ୍ଦା। ଉତ୍କଳ ଦିବସ ଓ ଅନୁଗୁଳ ପ୍ରତିଷ୍ଠା ଦିବସ ଅବସରରେ ଏପ୍ରିଲ ୧ରେ ସହରରେ ରାହାଗିରି ଆୟୋଜନ କରୁଛି ଜିଲ୍ଲା ପ୍ରଶାସନ। ଏଥିପାଇଁ ଶୁକ୍ରବାର ଦିନ ସକାଳ ୬ଟାରୁ ୯ ଯାଏଁ ଜଗନ୍ନାଥ ମନ୍ଦିର ରାସ୍ତାରେ ରାହାଗିରି ଆୟୋଜିତ ହେଉଛି। ସହରର ଲୋକଙ୍କୁ ଏ ଅବସରରେ ରାସ୍ତାକୁ ଆସି ଭାଗ ନେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିମନ୍ତ୍ରଣ କରାଯାଇଛି।

ରାହାଗିରି ଆୟୋଜିତ ହେଉଥିବା ନେଇ ଅନୁଗୁଳ ଜିଲ୍ଲା ପ୍ରଶାସନର ଫେସ୍‌ବୁକ୍‌ ପେଜ୍‌ରେ ସୂଚନା ଦିଆଯାଇଛି। ସୂଚନା ମୁତାବକ, ୧ ଏପ୍ରିଲ ୨୦୨୨ ଦିନ ଉତ୍କଳ ଦିବସ ଓ ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସରେ ଜଗନ୍ନାଥ ମନ୍ଦିର ରାସ୍ତାରେ ରାହାଗିରି ଆୟୋଜିତ ହେବ। ଏଥିରେ ଭାଗ ନେବାକୁ ସମସ୍ତ ସହରବାସୀଙ୍କୁ ନିମନ୍ତ୍ରଣ କରିଛି ଜିଲ୍ଲା ପ୍ରଶାସନ।

ସୂଚନାଯୋଗ୍ୟ ଯେ, କରୋନା ଯୋଗୁ ଗତ ୨ ବର୍ଷ ହେଲାଣି କୌଣସି ସାମୂହିକ କାର୍ଯ୍ୟକ୍ରମ ଆୟୋଜନ ହେଉନଥିଲା। ଏଣୁ ରାହାଗିରି ବି ବନ୍ଦ ଥିଲା। କିନ୍ତୁ ଏବେ କରୋନାର ପ୍ରକୋପ ଧୀରେ ଧୀରେ କମୁଥିବାରୁ ଲୋକଙ୍କ ମନୋରଞ୍ଜନ ପାଇଁ ଜିଲ୍ଲା ପ୍ରଶାସନ ପୁଣି ଥରେ ରାହାଗିରି ଆରମ୍ଭ କରିବାକୁ ଘୋଷଣା କରିଛି। ସମସ୍ତେ ଏଥିରେ ଅଂଶଗ୍ରହଣ କରିବାକୁ ପ୍ରଶାସନ ଆଗ୍ରହ ପ୍ରକାଶ କରିଛି।

Share

Leave a Reply