ବଳଦ ଚୋରି ଅଭିଯୋଗ, ଜଣେ ଗିରଫ

0

ବଇଣ୍ଡା: ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ହଣ୍ଡପା ଗ୍ରାମର ଶରତ ସାହୁଙ୍କ ଗୁହାଳରୁ ଏକ ବଳଦ ଚୋରି ଅଭିଯୋଗରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଛେଣ୍ଡିପଦା ଥାନା ଡେଉଁରିଆଝରଣ ଗ୍ରାମର ଦୀପୁ ନାୟକ। ଏ ନେଇ ପୋଲିସ ୧୧୭/୨୩ ରେ ଏକ ମାମଲା ରୁଜୁ କରି ଦୀପୁଙ୍କୁ ଆଠମଲ୍ଲିକ କୋର୍ଟକୁ ଚାଲାଣ କରିଛି।

ପୋଲିସ ସୂଚନା ମୁତାବକ, ଶରତ ତାଙ୍କ ଗୁହାଳରେ ବଳଦ ବାନ୍ଧି ଥିବା ବେଳେ ଦୀପୁ ବିଳମ୍ବିତ ରାତିରେ ବଳଦ ନେଇଯାଇଥିଲେ। ସକାଳେ ବଳଦ ନ ପାଇବାରୁ ଶରତ ଖୋଜୁଥିବା ବେଳେ ଦୀପୁ ବଳଦ ଚରାଉଥିବା ଦେଖି କାବୁ କରିଥିଲେ। ପରେ ପୋଲିସ ତାକୁ ଗିରଫ କରିଛି।

Leave A Reply

Your email address will not be published.

error: Content is protected !!