ଅନୁଗୁଳ: ଅନୁଗୁଳ ଜିଲ୍ଲା ପୁରୁଣାକୋଟ ଥାନା ଅନ୍ତର୍ଗତ ମାଣିକଯୋଡ଼ି ଗାଁରେ ଗତ ୩ ତାରିଖରେ ଦାଦାଙ୍କୁ ଟାଙ୍ଗିଆରେ ଆକ୍ରମଣକରି ପୁତୁରା ଗିରଫ ହୋଇଛି। ସୂଚନା ଅନୁସାରେ, ୩ ତାରିଖ ରାତିରେ ଗାଁର ସୁରେଶ ନାଏକ ତାଙ୍କ ଘରେ ଥିବା ବେଳେ ତାଙ୍କ ପୁତୁରା ମନୋଜ ନାଏକ ଏକ ଟଙ୍ଗିଆ ଧରି ଘର ସାମ୍ନାରେ ପହଞ୍ଚି ଅସଭ୍ୟ ଭାସାରେ ଗାଳି ଗୁଲଜ କରିଥିଲା। ସୁରେଶଙ୍କ ଜ୍ବାଇଁଙ୍କୁ ହାଣି ତାଙ୍କ ଝିଅକୁ ନେଇଯିବି ବୋଲି ଧମକ ଦେଇଥିଲା। ଏହାପରେ ସୁରେଶଙ୍କ ଗରଭିତରକୁ ପଶି ଟାଙ୍ଗିଆରେ ଆକ୍ରମଣ କରିବାରୁ ସୁରେଶଙ୍କ ପାପୁଲି ଓ ତାଙ୍କ ଜ୍ବାଇଁଙ୍କ ଗୋଡ଼ରେ ଆଘାତ ଲାଗିଛି। ଭୟରେ ସମସ୍ତେ ଘର ଭିତରେ କବାଟ ବନ୍ଦକରି ରହିଥିଲେ। ଏହାପରେ ମନୋଜ ସୁରେଶଙ୍କ ଘରକୁ ପଥରମାରିଥିଲା। ଏ ନେଇ ସୁରେଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ବୁଧବାର ମନୋଜଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଦାଦାଙ୍କୁ ଆକ୍ରମଣକରି ପୁତୁରା ଗିରଫ
- Post published:July 6, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul