ଅନୁଗୁଳ: ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଯୁବକ। ଗିରଫ ଅଭିଯୁକ୍ତ ହେଲେ ଅନୁଗୁଳ ସଦର ଥାନା ଅନ୍ତର୍ଗତ ପରତରା ଗାଁର ସତ୍ୟବାନ ପ୍ରଧାନ(୨୭)।
ଅଭିଯୋଗ ଅନୁସାରେ, ସତ୍ୟବାନ ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ବିବାହିତା ମହିଳାଙ୍କୁ ଏକତରଫା ପ୍ରେମ କରୁଥିଲେ। ପରେ ତାଙ୍କ ସ୍ବାମୀ ଘରେ ନ ଥିଲା ବେଳେ ଡରାଇ ଧମକାଇ ଦୁଷ୍କର୍ମ କରିବା ସହ ଭିଡିଓ ରେକର୍ଡ କରିଥିଲେ। ପରେ ତାଙ୍କୁ ବ୍ଲାକମେଲିଂ କରି ବାରମ୍ବାର ଦୁଷ୍କର୍ମ କରିଥିଲେ। କିନ୍ତୁ ଏହା ଅସହ୍ୟ ହେବାରୁ ମହିଳାଜଣଙ୍କ ଅନୁଗୁଳ ସଦର ଥାନାରେ ଏତଲା ଦେଇଥିଲେ।
ଏହି ଅଭିଯୋଗ ଆଧାରରେ ପୋଲିସ ୨୦୧/୨୩ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଆଜି ଅଭିଯୁକ୍ତ ସତ୍ୟବାନ ପ୍ରଧାନକୁ ଗିରଫ କରି କୋର୍ଟଚାଲାଣ କରିଛି।