କୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

You are currently viewing କୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

ଅନୁଗୁଳ: ରେଙ୍ଗାଳି ଥାନା ଦେନାଳୀ ଗାଁରେ ଜଣେ କୁକୁଡ଼ା ଚିଆଁ ବ୍ୟବସାୟୀ ଗତ ରବିବାର ଲୁଟ୍‌ପାଟ୍‌ର ଶିକାର ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ରବିବାର ମଧ୍ୟାହ୍ନରେ ଦେନାଳୀ ଗାଁକୁ ଜଗତପୁର ଥାନା ଭୟରପୁର ଗ୍ରାମର ଏସ୍. କେ. ତିହାର ନିଜ ବାଇକ୍‌ରେ କୁକୁଡ଼ା ଚିଆଁ ଧରି ବିକ୍ରି କରିବାକୁ ଯାଇଥିଲେ। ଦେନାଳୀ ଗାଁର ପ୍ରଦୀପ ଦାସ ଓରଫ ମଳୟ(୪୨) ଏସ୍.କେ. ତିହାରଙ୍କୁ ମାଡ଼ମାରି ୨୨୦୦ ଟଙ୍କା, ୩୦୦ କୁକୁଡ଼ା ଚିଆଁ ଓ ବାଇକ୍ ଲୁଟି ନେଇଥିଲା। ଫଳରେ ବ୍ୟବସାୟୀ ଜଣକ ଆହତ ହୋଇ ଗାଁ ରାସ୍ତାରେ ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାରକରି ରେଙ୍ଗାଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସୁସ୍ଥ ହେବା ପରେ ଏସ୍.କେ. ତିହାର ଏ ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ଏକ ମାମଲା ରୁଜୁ କରାଯିବା ସହ ଅଭିଯୁକ୍ତ ପ୍ରଦୀପକୁ ଗିରଫକରି ସୋମବାର କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ ପ୍ରକାଶ କରିଛନ୍ତି।

Share

Leave a Reply