ଅନୁଗୁଳ: ତୁରଙ୍ଗ ଇନ୍ଦ୍ରହରି ନଗରରୁ ଚୋରି ଘଟଣାରେ ଜଣେ ଯୁବକଙ୍କୁ ଅନୁଗୁଳ ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ କରଡ଼ାଗାଡ଼ିଆର ଶିବା ଗୋଚ୍ଛାୟତ(୨୨)। ପୁଲିସ ସୂଚନା ଅନୁସାରେ, ତୁରଙ୍ଗ ଇନ୍ଦ୍ରହରି ନଗରରେ ରହୁଥିବା ଜଳଧର ସାହୁଙ୍କ ଘରୁ ଗତ ୩ ତାରିଖରେ ଚୋରି ହୋଇଥିଲା । ଦୁର୍ବୃତ୍ତ ତାଙ୍କ ଘରୁ ୩୦ ଗ୍ରାମ ସୁନା ଓ ୧୫ଶହ ଟଙ୍କା ଚୋରି କରି ନେଇଥିବା ସେ ଅଭିଯୋଗ କରିଥିଲେ । ଅନୁଗୁଳ ପୁଲିସ୍ ଥାନାରେ ୧୨୧/୨୧ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ଏହି ମାମଲାରେ ଅଭିଯୁକ୍ତ ଶିବା ଗୋଛାୟତକୁ ପୁଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ତା’ ପାଖରୁ ୧୫ ଶହ ଟଙ୍କା ଜବତ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।
ସୁନାଗହଣା ଚୋରି, ଜଣେ ଗିରଫ
- Post published:March 10, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Biswaranjan Pattnaik

Tags: Angul