ଦାଦା ବଟି ନ ଦେବାରୁ ଦହିବରା ଦୋକାନୀକୁ ଆକ୍ରମଣ ଘଟଣା: ଜଣେ ଗିରଫ, ସ୍କୁଟି ଜବତ

You are currently viewing ଦାଦା ବଟି ନ ଦେବାରୁ ଦହିବରା ଦୋକାନୀକୁ ଆକ୍ରମଣ ଘଟଣା: ଜଣେ ଗିରଫ, ସ୍କୁଟି ଜବତ

ଅନୁଗୁଳ: କିଛି ଦିନ ତଳେ ଦହିବରା ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ନେଇ ତୁମୁଳକାଣ୍ଡ ଘଟଣାରେ ଆଜି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜଣଙ୍କୁ ଗିରଫ କରିଛି। ଏଥିସହ ଏକ ସ୍କୁଟି ଜବତ କରିଛି। ଟାଉନ ଥାନା ପୋଲିସ ୯୨୪|୨୪ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବାର ଟାଉନ ଥାନା ଅଧିକାରୀ ଧିରେସ କୁମାର ଦାସ ଜଣାଇଛନ୍ତି।

ସୂଚନା ମୁତାବକ, ରାଧାରମଣପଡ଼ାର ପବିତ୍ର ସାହୁଙ୍କ ପୁଅ ତ୍ରିନାଥ ସାହୁ (୩୨) ପାଖାପାଖି ଚାରିବର୍ଷ ହେଲା ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ ସାମ୍ନାରେ ଦହିବରା ବେପାର କରନ୍ତି। ୩-୪ ଦିନ ତଳେ ପ୍ରଗତି ନଗର ଅଞ୍ଚଳର ସମୀର ଦାସ ନାମକ ଜଣେ ଯୁବକ ତ୍ରିନାଥଙ୍କୁ ଦାଦା ବଟି ମାଗିଥିଲେ। କିନ୍ତୁ ତ୍ରିନାଥ ଦାଦାବଟି ଦେବାକୁ ବାରଣ କରିଥିଲେ। ଏହାକୁ ନେଇ ପ୍ରଥମେ ତ୍ରିନାଥ ଏବଂ ସମୀରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସମୀର ତ୍ରିନାଥଙ୍କ ଦହିବରା ହାଣ୍ଡିକୁ ତଳେ ଫିଙ୍ଗି ଦେଇଥିଲେ। ଏହା ପରେ ରାଗରେ ନିକଟରେ ଥିବା ଏକ ଗୁପଚୁପ ଦୋକାନୀଙ୍କ ଠାରୁ ଧାରୁଆ ଛୁରୀ ଆଣି ତ୍ରିନାଥଙ୍କୁ ମାରିବା ପାଇଁ ଗୋଡ଼ାଇ ଥିଲେ। ଏ ନେଇ ତ୍ରିନାଥଙ୍କ ସ୍ତ୍ରୀ ସରୋଜିନୀ ସାହୁ ଥାନାରେ ଅଭିଯୋଗ କରିଥିଲେ।

Share

Leave a Reply